Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ୱିନ ସିଟି ପାଇଁ ବଦଳିବ ପୋଲିସ ନିୟମ, କରୋନା ମୁକାବିଲା ପାଇଁ କଡାକଡି ହେବ କଟକଣା

ଟୁଇନ ସିଟିରେ କୋଭିଡ ମୁକାବିଲା ନେଇ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଜନ ଗହଳି ପୂର୍ଣ୍ଣ ବଜାର ଅଂଚଳରେ ପୋଲିସ ମତୟନ ଉପରେ ଗୁରୁତ୍ବ । ଶେଷ କରି ସାପ୍ତାହିକ ଛୁଟି ଓ ରବିବାର ଦିନ ଅଧିକ ପୋଲିସ ମୁତୟନ ହେବେ

ଟୁଇନ ସିଟିରେ କୋଭିଡ ମୁକାବିଲା ନେଇ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଜନ ଗହଳି ପୂର୍ଣ୍ଣ ବଜାର ଅଂଚଳରେ ପୋଲିସ ମତୟନ ଉପରେ ଗୁରୁତ୍ବ । ଶେଷ କରି ସାପ୍ତାହିକ ଛୁଟି ଓ ରବିବାର ଦିନ ଅଧିକ ପୋଲିସ ମୁତୟନ ହେବେ । ଟୁଇନ ସିଟିରେ ଅଧିକ ୫୦ ପୋଲିସ ଅଧିକାରୀ ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ଯୋଗାଇ ଦିଆଯିବ ।ଲୋକଙ୍କ ସହାୟତାରେ ସଟେତନତା କାର୍ଯ୍ୟକ୍ରମକୁ ଦିଆଯିବ ଗୁରୁତ୍ବ ।

କମିଶନରେଟ ପୋଲିସକୁ ଅଧିକ ସଂଖ୍ୟକ ପିପିଇ କିଟ୍ ଓ ମାକ୍ସ ଯୋଗାଇ ଦିଆଯିବ । ଭୁବନେଶ୍ବରକୁ ୩ ଟି ଜୋନରେ ବିଭକ୍ତ କରି କରାଯିବ କୋଭିଡ ମୁକାବିଲା । ଭୁବନେଶ୍ବର ଡିସିପି କୋଭିଡ ମୁକାବିଲାର କରିବେ ତଦାରଖ ।

ଟୁଇନ ସିଟିରେ କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଥିଲେ ଅସନ୍ତୁଷ୍ଟ । ଡିଜିଙ୍କୁ ପ୍ରତକ୍ଷ୍ୟ ତତ୍ବାବଧାନ କରିବାକୁ ଦେଇଥିଲେ ନିର୍ଦେଶ । ବୈଠକରେ ଡିଜିଙ୍କ ସମେତ ପୋଲିସ କମିଶନର, ଆଇନ ଶୃଙ୍ଖଳା ଆଇଜି ମଧ୍ୟ ଥିଲେ ଉପସ୍ଥିତ । ଟୁଇନ ସିଟି ଡିସିପିଙ୍କ ସହ ଅତିରିକ୍ତ ଆଇଜି ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଥିଲେ ।
Show More

Related Articles

Back to top button