Breaking PLUSଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଦେଶର 6ଲକ୍ଷ ଗାଁର ମାଟିରେ ନିର୍ମାଣ ହେବ ଅମୃତ ମହୋତ୍ସବ ସ୍ମାରକ: ଅନୁରାଗ ଠାକୁର

ମଣ୍ଡି-ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମରେ ଦେଶର ଛଅ ଲକ୍ଷ ଗାଁ ଏବଂ ଦୁଇଲକ୍ଷ ଚାଳିଶ ହଜାର ପଞ୍ଚାୟତରୁ ସଂଗ୍ରହ ହୋଇଥିବା ମାଟିରେ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଅମୃତ ମହୋତ୍ସବର ସ୍ମାରକ ନିର୍ମାଣ କରାଯିବ । ମଣ୍ଡିର ସଂସ୍କୃତି ସଦନରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବା ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ପ୍ରଦାନ କରିଛନ୍ତି ।
ବରିଷ୍ଠ ବିଜେପି ନେତା ଜୟରାମ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶକୁ ଯୋଡିବା ପାଇଁ ଏହି ଅଭିଯାନ ଚାଲିଛି । ଦେଶର ମୂଳକୁ ମଜବୁତ କରିବା, ସଂସ୍କୃତିକୁ ସଂରକ୍ଷିତ ରଖିବା ଏବଂ ଆଗାମୀ ପିଢିକୁ ଆମର ବୀରଗାଥାକୁ ଜଣାଇବା ନିମନ୍ତେ ଆମକୁ ସର୍ବଦା ଯତ୍ନଶୀଳ ହେବାକୁ ପଡିବ ।
ଶନିବାର ମଣ୍ଡିଠାରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ର ସୂଚନା ପ୍ରସାରଣ ଏବଂ ଯୁବ ସେବା ମନ୍ତ୍ରୀ ଅନୁରାଗ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Show More

Related Articles

Back to top button