Breaking PLUSଦେଶମୁଖ୍ୟ ଖବର

ପ୍ରୟାଗରାଜ ସଙ୍ଗମରେ ବୁଡ ପକାଇଲେ ଅମିତ ଶାହ

ପ୍ରୟାଗରାଜ- ପ୍ରୟାଗରାଜରେ ଗୃହମନ୍ତ୍ରୀ ଅମିତ୍‌ ଶାହ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ବୁଡ ପକାଇଛନ୍ତି। ସାଧୁସନ୍ଥଙ୍କ ଠାରୁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ଏଯାଏଁ ପ୍ରାୟ ୧୩.୨୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ ପକାଇ ସାରିଲେଣି । ସ୍ୱରାଷ୍ଟ୍ର ମନ୍ତ୍ରୀ ବୁଡ ପକାଇବା ସମୟରେ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ଗୃହମନ୍ତ୍ରୀ ଅମିତ୍‌ ଶାହ ମହାକୁମ୍ଭରେ ଅନେକ ସାଧୁସନ୍ଥଙ୍କ ସହ ସାକ୍ଷାତ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ମହାକୁମ୍ଭ ସନାତନ ସଂସ୍କୃତିର ଅବିଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ।
ବୁଡ ପକାଇବା ସମୟରେ ବାବା ରାମଦେବଙ୍କ ସମେତ ଅନ୍ୟ ସାଧୁମାନେ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ । ଅମିତ୍‌ ଶାହ ବୁଡ ପକାଇବା ପରେ ତାଙ୍କ ପତ୍ନୀ ସୋନାଲ ଶାହ ଏବଂ ପୁଅ ଜୟ ଶାହଙ୍କ ସହିତ ତ୍ରିବେଣୀ ସଙ୍ଗମରେ ଆରତୀ କରିଥିଲେ ।

Show More

Related Articles

Back to top button