
ଭୁବନେଶ୍ୱର- ଗଂଜାମର ସୋରଡାରେ ଶାହଙ୍କ ଗର୍ଜନ । ଆଜି ଦଳୀୟ ନିର୍ବାଚନ ପ୍ରଚାରରେ ଆସି ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିଲେ ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲାରେ ପରିଣତ କରିବ। ଗଞ୍ଜାମର ସୋରଡ଼ା ଠାରେ ଦଳୀୟ ନିର୍ବାଚନ ସଭାରେ ଯୋଗଦେଇ ଶାହା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ନବୀନ ବାବୁ ସରକାର ଚଳାଉଛନ୍ତି କି ପ୍ରଶ୍ନ କଲେ ଶାହ । ଏଠାରେ ବାବୁମାନେ ସରକାର ଚଳାଉଛନ୍ତି । -ଯଦି ବାବୁଙ୍କୁ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ । ନବୀନ ୱାନ୍ ନେସନ, ୱାନ୍ ରାସନ କାର୍ଡ କରୁନାହାନ୍ତି । ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି । ପୂର୍ବରୁ ମୋଦୀ ଓଡ଼ିଶାରେ କହିଥିବା କଥାକୁ ସେ ଦୋହରାଇଛନ୍ତି।
ଆଜିର ସଭାରେ ଶାହା ରାଜ୍ୟରେ ୩୧୦୦ ଟଙ୍କାରେ ଧାନ କ୍ରୟ, ଶ୍ରୀମନ୍ଦିରର ୪ଟି ଦ୍ୱାରା ଖୋଲିବା, ରତ୍ନଭଣ୍ଡାର କମିଶନ ରିପୋର୍ଟ ସାର୍ବଜନୀନ କରିବା ଓ ୱାନ୍ ନେସନ-ୱାନ୍ ରାସନ କାର୍ଡ ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଶାହା ରାଜ୍ୟରେ ଅଣଓଡ଼ିଆ ଶାସନକୁ ସମାଲୋଚନା କରି କହିଛନ୍ତି, ୧୮ ମାସ ମଧ୍ୟରେ ଚିଟ୍ଫଣ୍ଡ ଠକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।