
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଅମିନ। ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ କାର୍ଯ୍ୟାଳୟର ଅମିନ ଶିଶିର କୁମାର ନାଏକ। ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ସମୟରେ ବୁଧବାର ଭିଜିଲାନ୍ସ ଶିଶିରଙ୍କୁ ଧରିବାସହ ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି।
ଜମି ପଟ୍ଟାର ନକ୍ସା ତିଆରି ପାଇଁ କୁତ୍ରା ତହସିଲ କାର୍ଯ୍ୟାଳୟର ଅମିନ ଶିଶିର କୁମାର ନାଏକ ଜଣେ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ନେବା ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ରାଉରକେଲା ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହାପରେ ଶିଶିର କୁମାରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍।