Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’ 

ରାଜ୍ୟର ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’ । ଅନୁଗୁଳ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଓ ରାୟଗଡା ଆଦି ଆଉ ୮ଟି ସହରରେ ‘ଆମ ବସ୍’ ପ୍ରଥମ ଥର ଚଳାଚଳ କରିବ । ଗତକାଲି  କ୍ରୁଟ୍‌ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହିପରି ଦୁର୍ଘଟଣା ରୋକିବାକୁ ନାନା ପଦକ୍ଷେପ ସଂପର୍କରେ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ଘଟଣା ରୋକିବାକୁ ବସ୍‌ଗୁଡିକର ବେଗ ନିୟନ୍ତ୍ରଣ ଓ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଇଛି କ୍ରୁଟ । ସ୍ପିଡ୍ ଉପରେ ଅଙ୍କୁଶ ଲଗାଇବା ସହ ଇଲେକ୍ଟ୍ରି ବସ୍ ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଚାଲିବ । ସେହିପରି ଡିଜେଲ୍ ବସ୍ ସହରେ ଭିତରେ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ନିଯୁକ୍ତ ଡ୍ରାଇଭରମାନେ ଯେପରି ସୁରକ୍ଷିତ ଡ୍ରାଇଭିଂ କରିବେ ଏବଂ ତାଙ୍କ ଆଚରଣ ସହ ବ୍ୟବହାର ଭଲ ରହିବ, ତା’ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥାତ୍ ଡ୍ରାଇଭରମାନଙ୍କୁ  ସୁରକ୍ଷିତ ଡ୍ରାଇଭିଂ ଓ ଉତ୍ତମ ବ୍ୟବହାର ସଂପର୍କରେ ପ୍ରଶିକ୍ଷଣ ଦିଆଯିବ ।

Show More

Related Articles

Back to top button