ଦେଶ

ଏଣିକି ଲିଙ୍ଗ ବଦଳାଇବା ପାଇଁ ଟ୍ରାନ୍ସଜେଣ୍ଡରଙ୍କୁ ୨.୫୦ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇବେ ସରକାର

ଏଣିକି ଲିଙ୍ଗ ବଦଳାଇବା ପାଇଁ ଟ୍ରାନ୍ସଜେଣ୍ଡରଙ୍କୁ ୨.୫୦ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇବେ ସରକାର । ଏହି ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ରାଜସ୍ଥାନର ୨୦ ହଜାରରୁ ଅଧିକ ଟ୍ରାନ୍ସଜେଣ୍ଡରକୁ ସମ୍ମାନ ଦେବାକୁ ଯାଇ ଗୋହଲଟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ଏହା ଅଧିନରେ ଲିଙ୍ଗ ବଦଳିବାକୁ ସରକାରୀ ମେଡିକାଲରେ ଅପରେସନ୍ କରାଯିବ । ତେବେ ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରୀ ବିଭାଗ ଏଥିପାଇଁ ଉତଥାନ କୋଷ ଗଠନ କରିଛନ୍ତି । ଏହି କୋଷର ସ୍ଥାପନା ୧୦ କୋଟିରୁ କରାଯାଇଛି ।

ବିଭାଗର ଉପନିର୍ଦ୍ଦେଶ ଓମପ୍ରକାଶ ତୋଷନିୱାଲ ଦେଇଥିବା ସୂଚନା ଅନୁଯାୟୀ , ସରକାରୀ ମେଡିକାଲରେ ଟ୍ରାନ୍ସଜେଣ୍ଡରଙ୍କର ମାଗଣାରେ ଅପରେସନ୍ କରାଯିବ । ଯଦି କେହି ବାହାର ମେଡିକାଲରେ ଅପରେସନ୍ କରିବାକୁ ଚାହାଁନ୍ତି, ତେବେ ୨.୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଯେଉଁ ଟ୍ରାନ୍ସଜେଣ୍ଡରମାନେ ଲିଙ୍ଗ ପରିବତ୍ତର୍ନ କରିବାକୁ ଇଚ୍ଛୁକ, ସେମାନେ ସାମାଜିକ ନ୍ୟାୟ ଓ ଅଧିକାରୀ ବିଭାଗରେ ଆବେଦନ କରିପାରିବେ ।

 

Show More

Related Articles

Back to top button