ଦେଶଦେଶ ବିଦେଶସ୍ୱାସ୍ଥ୍ୟ

ଏହିସବୁ ଅଭ୍ୟାସ ପାଇଁ ବଢିଥାଏ ହୃଦଘାତ ଆଶଙ୍କା

ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିଲାବେଳେ ଅନେକ ରୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏଥିମଧ୍ୟରୁ ହୃଦଘାତ ହେଉଛି ଅନ୍ୟତମ । ବର୍ତ୍ତମାନ ସମୟରେ ହୃଦଘାତରେ ଅଧିକ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେବେ ଅନେକ ଗୁଡିଏ କାରଣ ଅଥବା ବିଭିନ୍ନ ପ୍ରକାର ଆଧୁନିକ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ବିଶେଷ ପରିଲକ୍ଷିତ ହୋଇଥାଏ ।

ପାଶ୍ଚାତ୍ୟ ଦେଶରେ ଲୋକମାନେ ୬୦ ବର୍ଷ ବୟସରେ ହୃଦଘାତର ଶିକାର ହେଇଥାନ୍ତି । କିନ୍ତୁ  ଭାରତରେ ୪୦ ରୁ ୫୦ ବର୍ଷୀୟ ବ୍ୟକ୍ତି ହୃଦଘାତର ଶିକାର ହେଉଥିବା ଏକ ରିପୋର୍ଟରୁ ଜଣାପଡିଛି। ଯାହା ଦେଶ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବିଷୟ ଅଟେ ।

ଜାଣନ୍ତୁ ହୃଦଘାତର ମୁଖ୍ୟ କାରଣ କ’ଣ :-

  • ଅତ୍ୟଧିକ ଧୂମ୍ରପାନ– ବିଭିନ୍ନ ବିଜ୍ଞାପନରେ ଜନତାଙ୍କୁ ଧୁମ୍ରପାନ ପାଇଁ ସରକାର ସଚେତନ କରାଉଛନ୍ତି । ହେଲେ ସମସ୍ତ ସଚେତନତା ପରେ ମଧ୍ୟ ଯୁବପିଢି ଏହାକୁ ଅଣଦେଖା କରି ମୃତ୍ୟୁର ନିକଟତର ହେଉଛି ।
  • ମଦ୍ୟପାନ –ବେକାରୀ, ଦାରିଦ୍ର୍ୟ , ଅସୁଖୀ ଜୀବନ,ବିପଥଗାମୀ ମନୋବୃତ୍ତି ଏବଂ ଅପରାଧପ୍ରବଣତାର ବଶବର୍ତ୍ତୀ ହୋଇ କେତେକ ମଦ୍ୟପାନ କରନ୍ତି । ଯାହାକି ଶରୀର ମଧ୍ୟରେ କୁପ୍ରଭାବ ପକାଇବା ସହ ଅନେକ ରୋକକୁ ଆମନ୍ତ୍ରଣ କରିଥାଏ ।
  • ଜଙ୍କଫୁଡ୍ ବା ତେଲମସଲା ଖାଦ୍ୟ-ବର୍ତ୍ତମାନ ସମୟରେ ଶୈଶବରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ଜଙ୍କଫୁଡ୍ ବା ତେଲମସଲାଯୁକ୍ତ ଖାଦ୍ୟ ଖାଇବାକୁ ବେଶୀ ପସନ୍ତ କରୁଛନ୍ତି , ଯାହାକି ଆମ ହାର୍ଟକୁ ଅଧିକ ଦୂର୍ବଳ କରିଥାଏ ।
  •  ପନିପରିବା ଏବଂ ଫଳର ଅଭାବ– ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଚୁର ପରିମାଣରେ ସବୁଜ ପନିପରିବା ଏବଂ ଫଳ ଖାଇବା ଉଚିତ୍ । ଏହାଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ ।
  • ଶାରୀରିକ ବ୍ୟାୟାମର ଅଭାବ – ସେହିପରି ବ୍ୟସ୍ତବହୁଳ ଜୀବନରେ ବ୍ୟାୟାମ କରିବା ପାଇଁ କିଛି ସମୟ ବାହାର କରିବା ଉଚିତ୍। ତାହାଲେ ଆମ ଜୀବନ ସରସ ସୁନ୍ଦର ହୋଇପାରିବ ।

ତେଣୁ ଏହି ସବୁ ବିଷୟ ପ୍ରତି ସଚେତନତା ଅବଲମ୍ବନ କଲେ ହୃଦଘାତକୁ ଅନେକାଂଶରେ ରୋକାଯାଇପାରିବ ।

Show More

Related Articles

Back to top button