ଅବସର ନେଇଥିବା ସମସ୍ତ ବିଚାରପତିଙ୍କୁ ମିଳିବ ପେନସନ୍

ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ହାଇକୋର୍ଟ ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର। ଜଣେ ବିଚାରପତି ଜିଲା ନ୍ୟାୟାଳୟରୁ ପଦୋନ୍ନତି ପାଇଛନ୍ତି କି ବାରରୁ ଉନ୍ନୀତ ହୋଇଛନ୍ତି ତାହା ଉପରେ କୌଣସି ପାର୍ଥକ୍ୟ କରାଯାଇପାରିବ ନାହିଁ ବୋଲି ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିମାନେ ବାର୍ଷିକ ୧୫ ଲକ୍ଷ ଟଙ୍କା ପେନସନ ଭାବରେ ପାଇବେ। ସେହିପରି ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିମାନଙ୍କୁ ବାର୍ଷିକ ₹୧୩.୬ ଲକ୍ଷ ପୂର୍ଣ୍ଣ ପେନସନ ପ୍ରଦାନ କରାଯିବ। ସମସ୍ତ ବିଚାରପତି, ସେମାନେ ବାରରୁ ପଦୋନ୍ନତି କିମ୍ବା ଅଧସ୍ତନ ନ୍ୟାୟାଳୟରୁ ପଦୋନ୍ନତି ଦ୍ୱାରା ନ୍ୟାୟପାଳିକାରେ କିପରି ପ୍ରବେଶ କରିଥିଲେ ଓ ନିଯୁକ୍ତି ପାଇଥିଲେ ସେଥିରେ କୌଣସି ପାର୍ଥକ୍ୟ ତାହା ଦେଖାଯିବ ନାହିଁ। ତେବେ ସମସ୍ତଙ୍କ ଲାଗି ଗୋଟିଏ ନିୟମରେ ସମସ୍ତେ ସମାନ ପେନସନ ଲାଭ ପାଇବାକୁ ହକଦାର ହୋଇପାରିବେ। ଏହାସହିତ ପରିବାର ପେନସନ ଏବଂ ବିଧବା ଭତ୍ତା ଅବସରପ୍ରାପ୍ତ ଅତିରିକ୍ତ ବିଚାରପତିଙ୍କ ପରିବାର ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ବୋଲି ସୁପ୍ରିମ କୋର୍ଟ ରାୟ ଶୁଣାଇଛନ୍ତି।