Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠୁ ଖୋଲିଲା ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ

ଆଜିଠୁ ଆରମ୍ଭ ହେବ ପାଠପଢ଼ା। କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ଵବିଦ୍ୟାଳୟ ଖୋଲିବ। ଉଚ୍ଚଶିକ୍ଷା ସଚିବ ଶାଶ୍ଵତ ମିଶ୍ର ଏ ସମ୍ପର୍କରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ସରକାରୀ ତଥା ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି।

ଆଜିଠୁ ଆରମ୍ଭ ହେବ ପାଠପଢ଼ା। କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ଵବିଦ୍ୟାଳୟ ଖୋଲିବ। ଉଚ୍ଚଶିକ୍ଷା ସଚିବ ଶାଶ୍ଵତ ମିଶ୍ର ଏ ସମ୍ପର୍କରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ସରକାରୀ ତଥା ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି। ୨୦୨୧ ଏପ୍ରିଲ ୧୬ ରେ ବିଭାଗ ପକ୍ଷରୁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ କରୋନା ମହାମାରୀ ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ, ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ। ତେବେ ଉଚ୍ଚଶିକ୍ଷା ସଚିବ ଲେଖିଥିବା ଚିଠି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ମେ ୩୧ ତାରିଖରେ ଶେଷ ହୋଇଛି। ଆଜି ଠାରୁ ପିଲାମାନଙ୍କ ପାଠପଢ଼ା ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ, କରୋନାର ପ୍ରଥମ ଲହର ପରେ ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିଥିଲା । କୋଭିଡ୍ ଗାଇଡଲାଇନରେ ବିଶ୍ୱ ବିଦ୍ୟାଳୟ ଖୋଲିଥିଲେ ବି ଅଫଲାଇନ୍ ପରୀକ୍ଷାକୁ ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ । ତେବେ କରୋନା ସ୍ଥିତି ବିଗିଡିବା ପରେ ବିଶ୍ୱ ବିଦ୍ୟାଳୟରେ ଅଫଲାଇନ୍ ପାଠପଢା ବନ୍ଦ କରାଯାଇଥିଲା ।

Show More

Related Articles

Back to top button