Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବାବ୍ରି ମସଜିଦ ଭଙ୍ଗା ଯିବା ନେଇ କୌଣସି ଯୋଜନା ହୋଇ ନଥିଲା ଏହା ଆକାସ୍ମିକ ଘଟଣା ଥିଲା, ସ୍ୱତନ୍ତ୍ର ସିବିଆଇ କୋର୍ଟ

ବହୁଚର୍ଚ୍ଚିତ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଲକ୍ଷ୍ନୌ ର ସ୍ୱତନ୍ତ୍ର କୋର୍ଟ 28 ବର୍ଷ ପରେ ଆଜି ରାୟ ଶୁଣାଇଛନ୍ତି । ମାମଲାର ରାୟ ପ୍ରଦାନ କରି ବିଚାରପତି ଏସ.କେ ଯାଦବ କହିଛନ୍ତି ଯେ ଏହି ଘଟଣା ପୂର୍ବରୁ ଯୋଜନା କରାଯାଇ ନଥିଲା ଏବଂ ହଠାତ୍ ଏହା ଘଟିଥିଲା

ବହୁଚର୍ଚ୍ଚିତ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଲକ୍ଷ୍ନୌ ର ସ୍ୱତନ୍ତ୍ର କୋର୍ଟ 28 ବର୍ଷ ପରେ ଆଜି ରାୟ ଶୁଣାଇଛନ୍ତି । ମାମଲାର ରାୟ ପ୍ରଦାନ କରି ବିଚାରପତି ଏସ.କେ ଯାଦବ କହିଛନ୍ତି ଯେ ଏହି ଘଟଣା ପୂର୍ବରୁ ଯୋଜନା କରାଯାଇ ନଥିଲା ଏବଂ ହଠାତ୍ ଏହା ଘଟିଥିଲା । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ ପ୍ରମାଣ ମଧ୍ୟ ନାହିଁ ବୋଲି ସେ କହିଛନ୍ତି । ଯାହା ଫଳରେ କୋର୍ଟ ଏହି ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରୁଛନ୍ତି ।

ଜଷ୍ଟିସ୍ ଏସ୍.କେ ଯାଦବ ଅଯୋଧ୍ୟା ଢାଞ୍ଚା ଭାଙ୍ଗିବା ନେଇ ଚାଲିଥିବା ମାମଲାର ଆଜି ଶେଷ ଶୁଣାଣି କରି ସକାଳ 11.35 ମିନିଟରେ ନିଜ ରାୟ ପଢିବା ଆରମ୍ଭ କରିଥିଲେ । ଯେଉଁଥିରେ ସେ ପ୍ରଥମେ କହିଥିଲେ ଯେ ବାବ୍ରି ଭାଙ୍ଗିବା ଘଟଣାର ପୂର୍ବ ଯୋଜନା ହୋଇନଥିଲା ଏବଂ ହଠାତ୍ ତଥା ଆକାସ୍ମିକ୍ ଭାବରେ ଏହା ଘଟିଥିଲା । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ ପ୍ରମାଣ ମଧ୍ୟ ନାହିଁ ବୋଲି ସେ କହିଛନ୍ତି ।

Show More

Related Articles

Back to top button