ଜୀବନଚର୍ଯ୍ୟାଦେଶବଲିଉଡମୁଖ୍ୟ ଖବରସେଲିବ୍ରିଟି

ମା ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ

ମୁମ୍ବାଇ: ମା ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ । ଫ୍ୟାନ୍‌ମାନଙ୍କୁ ଏହି ଗୁଡ ନ୍ୟୁଜ୍‌ ସେ ନିଜେ ଶେୟାର କରିଛନ୍ତି । ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବେଶ୍ ଖୁସି ହେବାସହ ଶୁଭେଚ୍ଛା ଜଣାଇଛନ୍ତି ।

ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ସୋନୋଗ୍ରାଫି ଜରିଆରେ ଆଗାମୀ ଶିଶୁର ଝଲକ ଦେଖାଇ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ‘ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ’  । ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି । ଆଲିଆ ଭଟ୍ଟ ଏକ ସୁନ୍ଦର ଫଟୋ ସହିତ ଘୋଷଣା କରିଛନ୍ତି ଯେ ତାଙ୍କ ଶିଶୁ ଶୀଘ୍ର ଦୁନିଆକୁ ଦେଖିବାକୁ ଯାଉଛି। ଏହି ଫଟୋରେ ଆଲିଆ ଭଟ୍ଟ ହସ୍ପିଟାଲ ବେଡ୍‌ରେ ଶୋଇଥିବା ନଜର ଆସିଛନ୍ତି ଏବଂ ତାଙ୍କ ପାଖରେ ରଣବୀର ବସିଛନ୍ତି ।

ଦୀର୍ଘ ଦିନ ଧରି ଡେଟ୍‌ କରିବା ପରେ ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ଆଲିଆ ଓ ରଣବୀର ବିବାହ କରିଥିଲେ। ଆଲିଆ ନିଜ ଇନ୍‌ଷ୍ଟାଗ୍ରାମରେ ଯେଉଁ ଫଟୋ ଶେଆର କରିଛନ୍ତି ସେଥିରେ ଅେନକ ସେଲେବ୍ରିଟି କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ କିଛି ପ୍ରଶଂସକଙ୍କ ମତ ଯେ, ଏହା ତାଙ୍କର ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ସହିତ ଜଡିତ ଏକ ଅପଡେଟ୍ ମଧ୍ୟ ହୋଇପାରେ।

ପୋଷ୍ଟରେ ଅନେକ କମେଣ୍ଟ ସହ ଆଲିଆଙ୍କ ମା ସୋନି ରଜଦାନ, ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା, ଆଲିଆ-ରଣବୀରଙ୍କ ବ୍ରହ୍ମାସ୍ତ୍ରର ସହ-ତାରକା ମୋନି ରୟ, ଟାଇଗର ଶ୍ରଫ, ଇଶାନ ଖଟ୍ଟର, କରଣ ଜୋହର ପ୍ରମୁଖଙ୍କ କମେଣ୍ଟ ମଧ୍ୟ ଅଛି , ତେବେ ବାକି ରହିଲା ଏହି ସସପେନ୍ପ ପଛରେ କଣ ସତ୍ୟତା ରହିଛି ।

Show More

Related Articles

Back to top button