Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଟାଇମ୍ସ ପତ୍ରିକାରେ ଆଲିଆ ଭଟ୍ଟ

ନୂଆଦିଲ୍ଲୀ: ଟାଇମ୍‌ ପତ୍ରିକାର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଆସିଯାଇଛି, ଯେଉଁଥିରେ ବାଜି ମାରିଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ। କ୍ୟାଟ୍ରିନା କୈଫ୍‌ ଓ ଦୀପିକା ପାଦୁକୋନ ପ୍ରମୁଖ ଅଭିନେତ୍ରୀମାନଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି। ଆଲିଆଙ୍କ ବ୍ୟତୀତ ବିଶ୍ଵ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା, ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଏବଂ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ଅଭିନେତା ଦେବ ପଟେଲ ୨୦୨୪ ପାଇଁ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ତାଲିକାରେ ସାମିଲ ଅନ୍ୟତମ ବିଶିଷ୍ଟ ଭାରତୀୟ ନାମ ହେଉଛି କୁସ୍ତିଯୋଦ୍ଧା ସାକ୍ଷୀ ମଲିକ, ଯିଏକି ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଦ୍ଵାରା ମହିଳା କୁସ୍ତିଯୋଦ୍ଧାମାନଙ୍କୁ କରାଯାଉଥିବା ଯୌନ ଉତ୍ପୀଡ଼ନ ବିରୋଧରେ ପ୍ରଦର୍ଶନର ନେତୃତ୍ଵ ନେଇଥିଲେ।

Show More

Related Articles

Back to top button