Breaking PLUSବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି
ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆଲିଆ ଭଟ୍ଟ ଓ ରଣବୀର କପୁର
ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି।

କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଚଳିତ ମାସର କେଉଁ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ, ସେ ନେଇ ଭିନ୍ନ ଭିନ୍ନ ତାରିଖ ସାମ୍ନାକୁ ଆସିଥିବା ବେଳେ ଏବେ ଆଲିଆଙ୍କ ବାପା ତଥା ପ୍ରଯୋଜକ-ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଭାଇ ରବିନ ଭଟ୍ଟ ପ୍ରକୃତ ତାରିଖ ଜଣାଇଛନ୍ତି।ପୂର୍ବରୁ ଦୁହେଁ ଏପ୍ରିଲ ୧୭ରେ ବିବାହ ବନ୍ଧରେ ବାନ୍ଧି ହେବେ ବୋଲି କୁହାଯାଉଥିବା ବେଳେ ଏବେ ରବିନ ଭଟ୍ଟ କହିଛନ୍ତି ଯେ, ଦୁହେଁ ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବେ । ଏହା ସହ ଦୁହିଁଙ୍କ ପରିବାର ବିବାହ ପାଇଁ ଉପଯୁକ୍ତ ସ୍ଥାନ ବାଛୁଥିବା ବେଳେ ଏବେ ରଣବୀରଙ୍କ ବାନ୍ଦ୍ରାସ୍ଥିତ ଘର ‘ବାସ୍ତୁ’ରେ ବିବାହ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ସବୁ କାର୍ଯ୍ୟକ୍ରମ ‘ବାସ୍ତୁ’ରେ ହେବ।