ଦେଶମନୋରଞ୍ଜନ

ଦୀପାବଳୀରେ ରିଲିଜ୍ ହେବ ଅକ୍ଷୟ କୁମାରଙ୍କ ‘ରାମସେତୁ’

ଦୀପାବଳୀରେ ରିଲିଜ୍ ହେବ ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ରାମସେତୁ’ । ନବରାତ୍ରୀ ଉପଲକ୍ଷେ ଏହାର ଟିଜର୍‌କୁ ରିଲିଜ୍‌ କରାଯାଇଛି । ଫିଲ୍ମର ପୋଷ୍ଟର୍‌ ଦେଖି ଦର୍ଶକେ ଏହା ଏକ ପୌରାଣିକ ଫିଲ୍ମ ହେବ ବୋଲି ଭାବୁଥିବାବେଳେ ଫିଲ୍ମର ନିର୍ମାତା କାହାଣୀକୁ ଗୁପ୍ତ ରଖିଛନ୍ତି ।

ଅକ୍ଷୟ କୁମାର ଏହାର ଟିଜର୍‌କୁ ସେୟାର୍‌ କରି ଲେଖିଛନ୍ତି- ‘ରାମସେତୁର ପ୍ରଥମ ଝଲକ। ଆଶା କରୁଛୁ, ଆପଣମାନଙ୍କୁ ପସନ୍ଦ ଆସିବ।

ତେବେ ’‘ରାମସେତୁ’ରେ ଅକ୍ଷୟ ଜଣେ ପ୍ରତ୍ନତତ୍ତ୍ବବିତ୍‌ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ତାଙ୍କ ସହିତ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ନୁସରତ୍‌ ବରୁଚା ମଧ୍ୟ ନଜର ଆସିବେ। ଅଭିଷେକ ଶର୍ମା ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି।

Show More

Related Articles

Back to top button