Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ଆକାଶ ଦାସ

ଯାଜପୁର: କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜର ଆତ୍ମସମ୍ମାନ ଏବଂ କୋରେଇବାସୀଙ୍କ ସ୍ୱାର୍ଥ ପାଇଁ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ଆକାଶ। ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୯ରେ ବିନା କାରଣରେ ତାଙ୍କ ଟିକେଟ କଟାଯାଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଆକାଶ। ଆଗାମି ଦିନରେ କୋରେଇବାସୀଙ୍କ ସହ ଆଲୋଚନା କରି ନିଜର କାର୍ଯ୍ୟପନ୍ଥ ଜଣାଇବେ ବୋଲି କହିଛନ୍ତି । ଅନେକ ସମୟରେ ଦଳରେ ବେଶ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିଥିଲେ, ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ, ଏହା ସତ୍ୱେ ଦଳ ବୋଧେ ତାଙ୍କର ଗୁରୁତ୍ୱ ବୁଝିପାରିଲା ନାହିଁ। ଏଥିପାଇଁ କ୍ଷୋଭ ପ୍ରକାଶ କରି ଶେଷରେ ଦଳ ଛାଡିଛନ୍ତି ଆକାଶ। ମୋ କଲେଜର ଅଧ୍ୟକ୍ଷ ମଧ୍ୟ ଅଛନ୍ତି ଆକାଶ ଦାସ ନାୟକ।

Show More

Related Articles

Back to top button