ଦେଶସ୍ୱତନ୍ତ୍ର

ଖୁବଶୀଘ୍ର ହ୍ରାସ ପାଇପାରେ ବିମାନ ଉଡାଣ ଟିକେଟ ମୂଲ୍ୟ

ଖୁବଶୀଘ୍ର ହ୍ରାସ ପାଇପାରେ ବିମାନ ଉଡାଣ ଟିକେଟ ମୂଲ୍ୟ । ରାଜ୍ୟ ସରକାର ବିମାନ ଇନ୍ଧନ ଉପରେ ଭାଟକୁ କମ୍ କରିବା ଦ୍ୱାରା ଏଭଳି ଅନୁମାନ କରାଯାଉଛି । ଗୟା ବିମାନ ବନ୍ଦରରେ ଏଭିଏସନ ଟରବାଇନ ଫୁଏଲ ବା ଏଟିଏଫ ଉପରେ ୨୯ ପ୍ରତିଶତ ଭାଟକୁ ୪ ପ୍ରତିଶତ କରି ଦିଆଯାଇଛି ।

ତେଣୁ ବର୍ତ୍ତମାନ ଗୟା ବିମାନ ବନ୍ଦରରେ ଏଟିଏଫ ବିକ୍ରିରେ କେବଳ ୪ ପ୍ରତିଶତ ଭାଟ୍ ଲାଗୁ କରାଯିବ । ଏହାଦ୍ୱାରା ବିମାନ ଉଡାଣର ଟିକେଟ ମୂଲ୍ୟରେ ମଧ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ତେବେ ଏହା କେବଳ ବିହାର ରାଜ୍ୟରେ ଲାଗୁ କରାଯିବ । ଏନେଇ ବିହାର ସରକାରଙ୍କ ଦ୍ୱାରା ଏକ ପ୍ରେସ ରିଲିଜ ଜାରି କରାଯାଇଛି

ଏଟିଏଫରେ ଭାଟ୍ ଦର ହ୍ରାସ କରିବା ଦ୍ୱାରା କେବଳ ବିମାନ ଗତି ବୃଦ୍ଧି କରିବା ସହ ଇନ୍ଧନ ବ୍ୟବହାରରେ ମଧ୍ୟ ବୃଦ୍ଧି ଘଟିବ । ବିହାର କ୍ୟାବିନେଟ ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗତବର୍ଷ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆ ୨୨ଟି ରାଜ୍ୟରେ ଏଟିଏଫରୁ ଭାଟ ହ୍ରାସ କରିବା ପାଇଁ ଦାବି କରିଥିଲେ । ଏହାକୁ ୨୦-୩୦ ପ୍ରତିଶତ ହ୍ରାସ କରି ୧-୪ ପ୍ରତିଶତ ମଧ୍ୟରେ ରଖିବାକୁ ରାଜ୍ୟ ସରକାରମାନଙ୍କୁ ସେ ଅନୁରୋଧ କରିଥିଲେ । ଏହାପରେ ଅନେକ ରାଜ୍ୟ ଏଥିରେ ହ୍ରାସ କରିଛନ୍ତି ।

ବିମାନ ଇନ୍ଧନ ଉପରେ ରାଜ୍ୟ ଟିକସ ସେମାନଙ୍କ ରାଜସ୍ୱର ସ୍ୱଳ୍ପ ଅଂଶ ବୋଲି ଚିଠି ମାଧ୍ୟମରେ ରାଜ୍ୟମାନଙ୍କୁ କହିଥିଲେ ସିନ୍ଧିଆ । ତେବେ ଏହାଦ୍ୱାରା ବିମାନ ଚଳାଚଳ ବୃଦ୍ଧି ପାଇବ । ଯାହାଦ୍ୱାରା ଏହାର କ୍ଷତିପୂରଣ ମିଳିପାରିବ ବୋଲି ସେ ଯୁକ୍ତି ବାଢିଥିଲେ । ସେପଟେ ଏଟିଏଫରେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ମଧ୍ୟ ଏକ୍ସାଇଜ ଡ୍ୟୁଟି ଲାଗୁ କରିଥାଏ ।

Show More

Related Articles

Back to top button