Breaking PLUSଓଡ଼ିଶାମୁଖ୍ୟ ଖବର
ପାଠପଢାରେ ନାମଲେଖା ବୟସକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ବର: ପାଠପଢାରେ ନାମଲେଖା ବୟସକୁ ନେଇ ଦ୍ୱନ୍ଦ୍ୱ । ବାଲ୍ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ସୀମାକୁ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଏବେ ସମସ୍ୟା ସୃଷ୍ଟି କରିଛି। ଶିକ୍ଷା ଅଧିକାର ଆଇନ ଅଧୀନରେ ଆରଟିଇ ପାରଦର୍ଶୀ ପୋର୍ଟାଲରେ ଆବେଦନ କରିବା ସମୟରେ ଅଭିଭାବକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୂତନ ବିଜ୍ଞପ୍ତି ଅନୁଯାୟୀ ଯେଉଁ ଶିକ୍ଷାବର୍ଷ ପାଇଁ ନାମଲେଖା ହେବ ସେହି ଶିକ୍ଷାବର୍ଷର ସେପ୍ଟେମ୍ବର ୧ରେ ପିଲାର ବୟସ ୬ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ଏହି ତାରିଖରେ ଯେଉଁ ପିଲାଙ୍କ ବୟସ ସାତ ବର୍ଷ ପୂରିଯାଉଛି ସେମାନେ ଆବେଦନ କରିପାରୁ ନାହାନ୍ତି। ଫଳରେ ସାତ ବର୍ଷ ପୂରିଯାଇଥିବା ପିଲାମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଛନ୍ତି।