Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୁଣି ମୋଦି ନମ୍ବର-1 ଲୋକପ୍ରିୟ ବିଶ୍ୱନେତା

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠୁ ଲୋକପ୍ରିୟ ବିଶ୍ୱ ନେତା । ଆମେରିକା କନସଲ୍ଟାନ୍ସି ଫର୍ମ ‘ମର୍ଣ୍ଣିଂ କନସଲ୍ଟ’ର ଏକ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା । 78 ପ୍ରତିଶତ ଅନୁମୋଦନ ମୂଲ୍ୟାୟନ ସହିତ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ମୋଦି ତାଙ୍କର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପୂର୍ବ ରେଟିଂରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ତାଲିକାର ଶୀର୍ଷରେ ଥିଲେ ।

ମର୍ଣ୍ଣିଂ କନସଲ୍ଟର ୱେବସାଇଟ୍ ମୁତାବକ ବୈଶ୍ୱିକ ନେତା ଅନୁମୋଦନ ରେଟିଂ ଟ୍ରାକର ପାଇଁ ଚଳିତ ବର୍ଷ ସେପ୍ଟେମ୍ବର 27ରୁ ଅକ୍ଟୋବର 3 ତାରିଖ ଯାଏ ପଏଣ୍ଟ ଏକତ୍ର କରାଯାଇଥିଲା । ଟ୍ରାକିଂରେ 78 ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ସ୍ୱୀକାର କରିଛନ୍ତି । ସେହିପରି 17 ପ୍ରତିଶତ ଲୋକ ତାଙ୍କୁ ନାପସନ୍ଦ କରିଥିବା ବେଳେ 5 ପ୍ରତିଶତ ଲୋକ କୌଣସି ମତାମତ ଦେଇନାହାନ୍ତି ।

ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମେନୁଅଲ ଲୋପେଜ ଓବ୍ରାଡୋର 67 ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତାଲିକାର ତୃତୀୟରେ 54 ପଏଣ୍ଟ ସହ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଏଲେନ ବର୍ସ୍ରେଟ ଅଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ 39 ପ୍ରତିଶତ, କାନାଡା ପିଏମ ଜଷ୍ଟିନ ଟ୍ରୁଡୋ 34 ପ୍ରତିଶତ, ବ୍ରିଟେନ ପିଏମ ଋଷି ସୁନକ 27 ପ୍ରତିଶତ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମୈନଏଲ ମେକ୍ରୋନ 22 ପ୍ରତିଶତ ପଏଣ୍ଟ ପାଇଛନ୍ତି ।

Show More

Related Articles

Back to top button