ଦେଶ ବିଦେଶବାଣିଜ୍ୟ

ପୁଣି କମିଲା ପେଟ୍ରୋଲ-ଡିଜେଲ ଦର

ଭ୍ୟାଟ୍‌ ହ୍ରାସକଲେ ଏହି ରାଜ୍ୟ ସରକାର

କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍‌ ହ୍ରାସ ହେବା ପରେ ଏବେ ବିଭିନ୍ନ ରାଜ୍ୟ ପକ୍ଷରୁ ଭ୍ୟାଟ୍‌ ହ୍ରାସ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ସୋମବାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ କରିଛନ୍ତି ଛତିଶଗଡ ସରକାର । କେନ୍ଦ୍ର ସରକାର ଭ୍ୟାଟ୍‌ କମାଇବା ପରେ ବିଜେପି ଶାସିତ ରାଜ୍ୟମାନଙ୍କରେ ତୈଳ ଦର ଉପରୁ ତୁରନ୍ତ ଭ୍ୟାଟ୍‌ ହ୍ରାସ କରାଯାଇଥିଲା । ବିଳମ୍ବରେ ହେଲେ ସୁଦ୍ଧା ଏବେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ତୈଳ ଦର ଉପରୁ ଭ୍ୟାଟ୍‌ ହ୍ରାସକରୁଛନ୍ତି ରାଜ୍ୟ ସରକାର ।

ଏହି କ୍ରମରେ ସୋମବାର ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ହ୍ରାସ କରିଛନ୍ତି ଛତିଶଗଡର ଭୂପେଶ ବଘେଲ । ଛତିଶଗଡ ସରକାର ଡିଜେଲ ଉପରୁ ୨ ପ୍ରତିଶତ ଏବଂ ପେଟ୍ରୋଲ ଉପରୁ ୧ ପ୍ରତିଶତ ଭ୍ୟାଟ୍‌ କମାଇବାକୁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଛତିଶଗଡରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ ହେବା ଫଳରେ ରାଜକୋଷ ଉପରେ ପ୍ରାୟ ୧୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ।

ଗତ ୧୮ ଦିନ ହେଲା ଦେଶରେ ବିଭିନ୍ନ ସ୍ଥାନରେ ତେଲ ଦର ପ୍ରାୟତ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ତୈଳ ଦର ସ୍ଥିର ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲ ଦର ହ୍ରାସ ପାଇଥିଲେ ସୁଦ୍ଧା ଦେଶାରେ ତେଲ ଦର ସ୍ଥିର ରହିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ ଉପରେ ୫ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦ଟଙ୍କା ଭ୍ୟାଟ୍‌ ହ୍ରାସ କରାଯାଇଥିଲା । ଏହା ପରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ ସମେତ ଦେଶର ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ତୈଳ ଦର ଉପରୁ କର ହ୍ରାସ କରାଯାଇଥିଲା । କିନ୍ତୁ କଂଗ୍ରେସ ଶାସିତ ରାଜ୍ୟରେ ତୈଳ ଦର ହଠାତ୍‌ ହ୍ରାସ କରାଯାଇନଥିଲା । କେବଳ ପଞ୍ଜାବ ସରକାର ତୁରନ୍ତ ଭ୍ୟାଟ୍‌ ହ୍ରାସ କରିଥିଲେ ସୁଦ୍ଧା ରାଜସ୍ଥାନ, ଛତିଶଗଡ ଭଳି ରାଜ୍ୟରେ ଭ୍ୟାଟ୍‌ ହ୍ରାସ କରାଯାଇନଥିଲା । କିଛି ଦିନ ପୂର୍ବରୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ କରିଥିଲେ । ଏହି କ୍ରମରେ ଆଜି ଛତିଶଗଡ ସରକାର ତେଲ ଦର କମାଇଛନ୍ତି । ସୋମବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୦୩.୯୭ ଟଙ୍କା ପ୍ରତି ଲିଟର ଥିବା ବେଳେ ଡିଜେଲ ଦର ଲିଟର ପିଛା ରହିଛି ୮୬.୬୭ ଟଙ୍କା । ସେହିଭଳି ଓଡିଶାରେ ପେଟ୍ରୋଲ ୧୦୧.୮୧ ଟଙ୍କା ଏବଂ ଡିଜେଲ ଦାମ ଲିଟର ପିଛା ୯୧.୬୨ ଟଙ୍କା ରହିଛି । ଗତ ୧୦ ଦିନ ମଧ୍ୟରେ ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

Show More

Related Articles

Back to top button