Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ସଲମାନଙ୍କୁ ହତ୍ୟା ଧମକ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ମଙ୍ଗଳବାର ପୁଣି ଥରେ ମିଳିଛି ହତ୍ୟା ଧମକ । ମଙ୍ଗଳବାର ସକାଳେ ମୁମ୍ବାଇ ପୁଲିସର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ହ୍ୱାଟ୍ସଆପ୍‌ ଜରିଆରେ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ମିଳିଛି । ବାର୍ତ୍ତା ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛନ୍ତି । ଧମକ ଦିଆଯାଇ ଏଥିରେ ଲେଖାଯାଇଛି, ଟଙ୍କା ନଦେଲେ ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରିଦେବୁ । ଏହି ମାମଲାରେ ପୁଲିସ ଅଜଣା ବ୍ୟକ୍ତି ବିରୁଦ୍ଧରେ ବିଏନଏସର ଧାରା ୩୫୪(୨) ଓ ୩୦୮(୪) ସହ ମାମଲା ରୁଜୁ କରାଯାଇଛି । ଚଳିତ ମାସର ଆରମ୍ଭରେ ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା ।

Show More

Related Articles

Back to top button