ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଟ୍ୱିଟର, ମେଟା ଓ ଆମାଜନ ପରେ, ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବ ଗୁଗୁଲ୍

ନୂଆଦିଲ୍ଲୀ : ଟେକ୍ନୋଲୋଜି ଶିଳ୍ପରେ ଏବେ ବ୍ୟାପକ ଛଟେଇ ଚାଲିଛି । ପ୍ରଥମେ ଟ୍ୱିଟର, ତାପରେ ମେଟା ଓ ଆମାଜନ ପରେ ଏବେ ଗୁଗୁଲ ମଧ୍ୟ ଛଟେଇ କରିବାକୁ ଘୋଷଣା କରିଛି ।

କମ୍ପାନି ପକ୍ଷରୁ ଅତି କମରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରାଯାଉଛି । କମ୍ପାନି ପକ୍ଷରୁ ଏକ ନୂଆ କାର୍ଯ୍ୟଦକ୍ଷତା ପରିମାପ ବ୍ୟବସ୍ଥା ଲାଗୁ କରାଯାଇଛି ।

ଏହି ମାନଦଣ୍ଡ ଅନୁସାରେ କମ ଦକ୍ଷ କର୍ମଚାରୀମାନଙ୍କୁ ଛଟେଇ କରାଯିବ । ସାରା ବିଶ୍ୱରେ ଗୁଗୁଲର ମୂଳ କମ୍ପାନି ଆଲଫାବେଟରେ ପ୍ରାୟ ୧ ଲକ୍ଷ ୮୭ ହଜାର କର୍ମଚାରୀ ଅଛନ୍ତି ।

ଗୁଗୁଲର ଏହି ଛଟେଇ ପଛରେ ଆଉ ଏକ କାରଣ ଥିବା କୁହାଯାଉଛି । ଏହି କମ୍ପାନିର ଜଣେ ପ୍ରମୁଖ ନିବେଶକ ବ୍ରିଟେନର କୋଟିପତି ଖ୍ରୀଷ୍ଟୋଫର ହନ କମ୍ପାନିକୁ ଏକ ପତ୍ର ଲେଖି ଜଣାଇଥିଲେ ଯେ, କମ୍ପାନିରେ ଆବଶ୍ୟକତାଠାରୁ ଅଧିକ କର୍ମଚାରୀ ଅଛନ୍ତି ଓ ସେମାନେ ଅନ୍ୟ କମ୍ପାନିର କର୍ମଚାରୀମାନଙ୍କ ତୁଳନାରେ ଅତ୍ୟଧିକ ଦରମା ପାଉଛନ୍ତି । ଏଣୁ ଖର୍ଚ୍ଚ କାଟ କରିବାକୁ ହେଲେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉ ବୋଲି ସେ ଦାବି କରିଥିଲେ ।

ବଜାରରେ ମାନ୍ଦାବସ୍ଥା ଓ ଖର୍ଚ୍ଚ କାଟ ଲକ୍ଷ୍ୟରେ କମ୍ପାନିମାନେ ଛଟେଇ କରୁଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୂଚନା ଅନୁସାରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଗତ କିଛି ମାସ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୮୫୦ଟି କମ୍ପାନି ମୋଟ ୧,୩୬,୯୮୯ ଜଣ କର୍ମଚାରୀଙ୍କ ଛଟେଇ କରିସାରିଲେଣି ।

Show More

Related Articles

Back to top button