ଦେଶ ବିଦେଶମୁଖ୍ୟ ଖବରରାଜନୀତି

ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବିଜେପି ଆମ ଆଦମୀ ପାର୍ଟି ଠାରୁ ହାରି ଯାଇଛି। ଏହି ପରାଜୟ ପରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସୂଚନା ଅନୁସାରେ, ଆଦେଶ ଗୁପ୍ତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଜେପି ନଡ୍ଡା ମଧ୍ୟ ତାଙ୍କ ଇସ୍ତଫାକୁ ସ୍ୱୀକାର କରିନେଇଥିବା କୁହାଯାଉଛି।

ଏମସିଡି ନିର୍ବାଚନରେ ବିଜେପି ୨୫୦ ୱାର୍ଡ ମଧ୍ୟରୁ ୧୦୪ ଟି ଆସନ ଜିତିଛି। କିନ୍ତୁ ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ୧୩୪ ଜିତିଥିଲା। ଏମସିଡି ନିର୍ବାଚନରେ ଆଦେଶ ଗୁପ୍ତା ରହୁଥିବା ଆସନରେ ମଧ୍ୟ ବିଜେପି ଜିତିପାରି ନାହିଁ।

ଆଦେଶ ଗୁପ୍ତା ଏମ୍‌ସିଡିର ୱାର୍ଡ ନମ୍ବର ୧୪୧ ରାଜେନ୍ଦ୍ର ନଗରରେ ରୁହନ୍ତି। ଏଠାରୁ ଆମ୍ ଆଦମୀ ପାର୍ଟିର ଆରତୀ ଚାୱଲା ବିଜୟ ହାସଲ କରିଛନ୍ତି। ତେବେ ଏମ୍‌ସିଡି ନିର୍ବାଚନ ଫଳାଫଳ ଆସିବାର ଶେଷ ଯାଏଁ କିନ୍ତୁ ଆଦେଶ ଗୁପ୍ତା ନିଜ ବିଜୟ ପକ୍କା ନେଇ ଦାବି କରୁଥିଲେ। କିନ୍ତୁ ଶେଷରେ ତାଙ୍କର ଦାବି ସତ ପ୍ରମାଣିତ ହୋଇନଥିଲା ଆଉ ସେ ନିର୍ବାଚନରେ ହାରି ଯାଇଥିଲେ।

Show More

Related Articles

Back to top button