ଓଡ଼ିଶାସ୍ୱତନ୍ତ୍ର

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରେ ପଡିଲା ପୂର୍ଣ୍ଣଛେଦ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରେ ପଡିଲା ପୂର୍ଣ୍ଣଛେଦ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ୍ରାଇଭର ମହାସଂଘ । ଭୁବନେଶ୍ବର ଡ୍ରାଇଭର ମହାସଂଘ ପକ୍ଷରୁ ଗତ ଦୁଇ ଦିନ ଧରି ଆନ୍ଦୋଳନ ଚାଲିଥିଲା । ଆଜି ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।

ମାସକ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ପରେ ମହାସଂଘର କର୍ମକର୍ତ୍ତମାନେ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସକାରାତ୍ମକ ପ୍ରତିଶ୍ରୁତି ମିଳିଥିବାରୁ ଆନ୍ଦୋଳନ ସ୍ଥଳରେ ସେମାନେ ଉତ୍ସବ ମନାଇବାସହ ଦଣ୍ଡବତ ଯାତ୍ରା ସଫଳ ହୋଇଛି ବୋଲି କହିଛନ୍ତି ଡ୍ରାଇଭର ସଂଘ ।

Show More

Related Articles

Back to top button