ଦେଶସ୍ୱତନ୍ତ୍ର

ଏଣକି ଫୋନ ରିସିଭ୍ ପରେ ହ୍ୟାଲୋ ନୁହେଁ ବରଂ କହିବାକୁ ହେବ ‘ବନ୍ଦେ ମାତରମ୍’

ଏଣକି ଫୋନ ରିସିଭ୍ ପରେ ହ୍ୟାଲୋ ନୁହେଁ ବରଂ କହିବାକୁ ହେବ ବନ୍ଦେ ମାତରମ୍ । ଏଭଳି ନିୟମ ମହାରାଷ୍ଟ୍ରରେ ଲାଗୁ ହୋଇଥିବାବେଳେ ଗତକାଲି ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର ।

ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ , ଏଣିକି ମହାରାଷ୍ଟ୍ରର ସମସ୍ତ ସରକାରୀ କର୍ମଚାରୀ, ସରକାର ଅନୁଦାନ ପ୍ରାପ୍ତ ସଂସ୍ଥା ଫୋନ୍‌ରେ କଥାବାର୍ତ୍ତା ହେବା ପୂର୍ବରୁ ହ୍ୟାଲୋ ବଦଳରେ ବନ୍ଦେ ମାତରମ କହିବା ବାଧ୍ୟତାମୁଳକ । ଏହା ବ୍ୟାତୀତ ସାଧାରଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ନାମାରେ ଏ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କୁହାଯାଇଛି। ସେହିପରି କେହି କାହାକୁ ଭେଟିବାକୁ ଆସିଲେ ତାଙ୍କୁ ବନ୍ଦେ ମାତରମ କହି ସ୍ୱାଗତ କରିବାକୁ ଲୋକଙ୍କୁ ସଚେନତା କରାଯାଉ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି  ।

ଏହାର କାରଣ ଦର୍ଶାଇ ସରକାରୀ ପ୍ରସ୍ତାବରେ କୁହାଯାଇଛି ଯେ ହ୍ୟାଲୋ କହିବା ମାନେ ବିଦେଶ ସଂସ୍କୃତିର ନକଲ କରିବା, ଇଏ ଏମିତି ଅଭିବାଦନ ଯାହାର ସ୍ୱତନ୍ତ୍ର ମୂଲ୍ୟ କିଛି ନାହିଁ। ଏଥିରେ କୌଣସି ସ୍ନେହଁ ଭାବ କି ଆଦରଭାବ ଜାଗ୍ରତ ହୁଏ ନାହିଁ। ତେଣୁ ହ୍ୟାଲୋ ନ କହି ବନ୍ଦେ ମାତରମ କରିବା ଦରକାର ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।

 

Show More

Related Articles

Back to top button