ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଲାମଙ୍କ ଇସ୍ତଫା ପରେ ଦଳ ଛାଡିଲେ କଂଗ୍ରେସର ଆଉ ପାଞ୍ଚଜଣ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ : କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି। ଗୁଲାମ ନବୀ ଆଜାଦ୍‌ କଂଗ୍ରେସ ଛାଡ଼ିବାର କିଛି ସମୟ ମଧ୍ୟରେ ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଆଜାଦ୍‌ଙ୍କ ସମର୍ଥନରେ ସେମାନେ ମଧ୍ୟ ଦଳ ଛାଡ଼ିବାର କାରଣ ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ପାଇଁ କଂଗ୍ରେସର ଆଜି ଏପରି ଅବସ୍ଥା ହୋଇଛି ବୋଲି କହିଛନ୍ତି। ଇସ୍ତଫା ଦେଇଥିବା ୫ଜଣ ପୂର୍ବତନ ବିଧାୟକ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏମାନେ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ। ସେମାନେ ହେଲେ କଂଗ୍ରେସ ନେତା ମହମ୍ମଦ ଶାରୋରି, ହାଜି ଅବଦ୍ଦୁ ରସିଦ, ମହମ୍ମଦ ଆମିନ୍‌ ଭଟ୍ଟ, ଗୁଲଜାର ଅହମ୍ମଦ ୱାନି , ଚୌଧୁରୀ ଆକ୍ରମ ମହମ୍ମଦ ଏବଂ ସଲମାନ୍‌ ନିଜାମି । ଗୁଲମନବୀଙ୍କ ସମର୍ଥନରେ ଏମାନେ ଦଳ ଛାଡିଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ଏହି ୫ ପୂର୍ବତନ ବିଧାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ଆରଏସ ଚିବ,ଯୁଗଳ କିଶୋର ଶର୍ମା ଏବଂ ମହାସଚିବ ଅଶ୍ୱିନୀ ହାଣ୍ଡା ମଧ୍ୟ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଉଳ୍ଲେଖଯୋଗ୍ୟ ଆଜି କଂଗ୍ରେସରୁ ବଡ ଝଟକା ଦେଇ ଗୁଲାମ ନବୀ ଆଜାଦ ଦଳ ଛାଡିଥିଲେ । ସେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସୂଚନା ମିଳିଛି ଯେ ଗୁଲାମନବୀ ଜମ୍ମୁକାଶ୍ମୀରରେ ନୂଆ ଦଳ ଗଠନ କରିପାରନ୍ତି । ଅନେକ ଦିନ ଧରି ସେ ଦଳର ନିଷ୍ପତ୍ତି ନେଇ ନାରାଜ ରହିଥିଲେ । କିଛି ଦିନ ତଳେ ଆଜାଦ ଜମ୍ମୁ-କଶ୍ମୀରର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପାର କମିଟି ଛାଡ଼ିଥିଲେ। ଏହି ପଦରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେବାର କିଛି ଘଣ୍ଟା ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ। ଅନ୍ୟପଟେ ଗୁଲାମ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ଚିଠିରେ ଗୁଲାମନବୀ ଆଜାଦ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା, କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ଦଳରେ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି।

Show More

Related Articles

Back to top button