Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବରଶିକ୍ଷା

ପରୀକ୍ଷାରେ ବିଫଳ ହେବାରୁ : ଘର ପଛପଟୁ +୨ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ଗତକାଲି +୨ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଆଜି ସମ୍ବଲପୁରରୁ ଆସିଛି ଏକ ଦୁଃଖଦ ଘଟଣା । ଘର ପଛପଟୁ ଜଣେ +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବୁର୍ଲା ଥାନା ଢିପାପଡ଼ା ଗାଁର ଛାତ୍ର ରୋହନ କୁମାର ଗୁରୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୁର୍ଲା ଥାନା ଢିପାପଡ଼ା ଗାଁରେ । ରୋହନ ଜିଏମ କଲେଜର +୨ ଛାତ୍ର ଥିବା ବେଳେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ପରୀକ୍ଷାରେ ବିଫଳ ହେବାରୁ ରୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁସାରେ, ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳର ରୋହନ କୁମାର ଗୁରୁମ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେ +୨ ବିଜ୍ଞାନ ପଢୁଥିଲେ । ସେ ଦିନକୁ ପ୍ରାୟ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଗତକାଲି ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ରୋହନ ଅନଲାଇନ ମାଧ୍ୟମରେ ନିଜ ରିଜଲ୍ଟ ଦେଖିଥିଲେ। ହେଲେ ସେ ବିଫଳ ହୋଇଥିବା ଜାଣିପାରି ନିଜ ବାପାଙ୍କୁ କହିଥିଲେ। କିନ୍ତୁ ରୋହନର ବାପା କଥାକୁ ଉଡାଇଦେଇ ଘରକୁ ଗଲେ ବୁଝିବି କହି ରୋହନକୁ ଫେରାଇଦେଇଥିଲେ। ରୋହନ କିନ୍ତୁ ଫେଲ ହେବା କଥାକୁ ଗୁରୁତର ସହିତ ନେଇ ମାନସିକ ଭାରସ୍ୟାମ ହରାଇ ନିଜ ଘରେ ଶୌଚାଳୟରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନାମିଳିଛି । ରୋହନ ଯୁକ୍ତ ଦୁଇ ପରୀକ୍ଷାରେ ୪୯% ରଖିଥିବା ବେଳେ ଆହୁରି ଅଧିକ ନମ୍ବର ରଖିବା ପାଇଁ ଆଶା କରିଥିବା ରୋହନର ଭାଇ କହିଛନ୍ତି ।

Show More

Related Articles

Back to top button