Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

କରୋନା ପରେ ମାଡ଼ିଚାଲିଛି ମଙ୍କିପକ୍ସ

ଜାଣନ୍ତୁ ଏହାର ଲକ୍ଷଣ ଏବଂ ପ୍ରତିକାର

କରୋନା ପରେ ମାଡ଼ିଚାଲିଛି ମଙ୍କିପକ୍ସ । ପାଖାପାଖି ୭୫ରୁ ଅଧିକ ଦେଶରେ ଏହି ଭୟଙ୍କର ରୋଗ ପହଞ୍ଚି ସାରିଲାଣି । ଏବେ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସ୍ଥିତିକୁ ଦେଖି ହୁ ଏହାକୁ ଗ୍ଲୋବାଲ ହେଲ୍‌ଥ ଏମର୍ଜେନ୍ସି ମଧ୍ୟ ଘୋଷଣା କରିସାରିଲାଣି। ମଙ୍କିପକ୍ସ ଠାରୁ ସତର୍କ ରହିବା ପାଇଁ ଅପିଲ୍‌ କରିଛି ହୁ । ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇସାରିଲାଣି । ଏହାରି ମଧ୍ୟରେ ୟୁରୋପୀୟ ଦେଶ ଫ୍ରାନ୍ସରେ ମଙ୍କିପକ୍ସ ବଡ ଭୟଙ୍କର ରୂପ ନେଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୭୦୦ ମାମଲା ଚିହ୍ନଟ ହୋଇଛି । ଆମେରିକା, ବ୍ରିଟନ, କାନାଡା ଏବଂ ଅନ୍ୟ ଦେଶଗୁଡିକ ଟିକାର ଲକ୍ଷ ଲକ୍ଷ ଡୋଜ କିଣିସାରିଛନ୍ତି । ଅନ୍ୟପଟେ ଆଫ୍ରିକାକୁ ଗୋଟିଏ ବି ଟିକା ମିଳିପାରି ନାହିଁ । ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ଜୀବନ ଏହି ରୋଗ ନେଇଛି । କିଛିଦିନ ତଳେ ଭାରତର କେରଳରୁ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଏହାପରେ ଅନ୍ୟ ଦୁଇଟି ମାମଲା ମଧ୍ୟ କେରଳରୁ ଚିହ୍ନଟ ହୋଇଥିଲା।

ପରେ ଦିଲ୍ଲୀରେ ଜଣେ ବ୍ୟକ୍ତି ପିଜିଟିଭ୍ ଚିହ୍ନଟ ହୋଇଥିଲେ । ଆଶ୍ଚର୍ଯ୍ୟର କଥା ଉକ୍ତ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରୀ ନାହିଁ । ହିମାଚଳ ପ୍ରଦେଶ ମନାଲୀରେ ଏକ ବେଚ୍‌ଲର ପାର୍ଟିରେ ସେ ଯୋଗ ଦେଇ ଫେରିଥିଲେ। ଏହାପରେ ତାଙ୍କର ଜ୍ୱର ଓ ଚର୍ମରେ ସଂକ୍ରମଣ ହୋଇଥିଲା । ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କ ସାମ୍ପଲକୁ ଶନିବାର ନ୍ୟାସ୍‌ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ(NIV) ପୁଣେକୁ ପଠାଯାଇଥିଲା। ଏଠାରେ ପରୀକ୍ଷା କରିବା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏନେଇ ପିଟିଆଇ ପକ୍ଷରୁ ଖବର ପ୍ରକାଶ ପାଇଥିଲା ।

କିପରି ଏହି ଭୟଙ୍କର ରୋଗ ବ୍ୟାପେ-

ସଂକ୍ରମିତ ପଶୁଙ୍କୁ ଠାରୁ ପ୍ରେତ୍ୟକ୍ଷ ଓ ପରୋକ୍ଷରେ ଏହି ଭୂତାଣୁ ମଣିଷକୁ ବ୍ୟାପୁଛି। ସେହିପରି ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ବ୍ୟାପୁଥିବାର ଦେଖାଯାଉଛି। ମୁହଁରେ ମୁହଁ ମିଶାଇବା, ସଂକ୍ରମିତ ବ୍ୟକ୍ତିଙ୍କର ଚର୍ମ ଦେହରେ ଲାଗିବା କିମ୍ବା ଶ୍ୱାସକ୍ରିୟାରେ ମଣିଷ ମୁହଁରୁ ଓ ନାକରୁ ବାହାରୁଥିବା ଖୁଦ୍ର ଜଳ ବୁନ୍ଦାରୁ ବି ସଂକ୍ରମଣ ହୋଇପାରେ।

Show More

Related Articles

Back to top button