
ଏହି କ୍ରମରେ ଗୁରୁବବାର ନବମ ଦିନ ପେଟ୍ରୋଲ ଓ ଡିଜେଲ ୮୪ ପଇସା ଯାଏଁ ବଢ଼ିଥିୱା। ଫଳରେ ଆଠ ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କା ପାଖାପାଖି ମହଙ୍ଗା ହୋଇଥିଲା । କିନ୍ତୁ ଶୁକ୍ରବାର ଦର ଅପରିବର୍ତ୍ତିତ ରହିଛି । ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ଦର ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ। ଏହି କ୍ରମରେ ଗତ ଅନେକ ଦିନ ଧରି ତୈଳ ଦର ମହଙ୍ଗା ହେବାରେ ଲାଗିଥିଲା । ଯାହାର ପ୍ରଭାବ ସିଧା ଖାଉଟିଙ୍କ ଉପରେ ପଡିଥିଲା । ତେବେ ଶୁକ୍ରବାର ପେଟ୍ରୋଲ କିମ୍ବା ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଗୁରୁବାବର ସହ ଦର ସମାନ ରହିଛି । ଏନଡି ଟିଭିର ରିପୋର୍ଟ ଅନୁସାରେ, ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୦୯ ଟଙ୍କା ୯୩ପଇସା ଥିବା ବେଳେ ଡିଜେଲ ୯୯ ଟଙ୍କା ୬୬ ପଇସା ରହିଛି । ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଗୁରୁବାର ୧୦୧ଟଙ୍କା ୮୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୩ଟଙ୍କା ୦୭ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୬ଟଙ୍କା ୭୨ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୧୦୦ ଟଙ୍କା ୯୪ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୧ଟଙ୍କା ୩୫ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୬. ୨୨ ପଇସା ଦରରେ ବିକ୍ରି ହେଉଛି।