ଓଡ଼ିଶାରାଜନୀତି

ସରିଛି ପ୍ରଚାର, ବୁଥ୍ ମୁହାଁ ପୋଲିଂ ପାର୍ଟି

ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ

ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ଗତ ସଂଧ୍ୟାରେ ସରିଛି ପ୍ରଚାର । ୧୧ ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯାଇସାରିଥିବା ବେଳେ, ଆଜି ବାକି ୧୯ଟି ଜିଲ୍ଲାକୁ ଯିବେ ପୋଲିଂ ପାର୍ଟି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକ୍ ର ୨୦୨ ଜିଲ୍ଲା ପରିଷଦ ଜୋନ୍ ରେ ମତଦାନ ହେବ। ସେହିଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଞ୍ଚାୟତରେ ଭୋଟ୍ ଗ୍ରହଣ କରାଯିବ। ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର। ଏପଟେ ଭୋଟ୍ ଗଣତି ସମୟରେ କେଉଁ ଭୋଟ୍ ନାକଚ ହେବ ଏବଂ କେଉଁ ଭୋଟ୍ ବୈଧ ହେବ ସେନେଇ ସବୁ ଜିଲ୍ଲାପାଳଙ୍କୁ ତଥ୍ୟ ପ୍ରଦାନ କରାଯାଇଛି ।

ଖବର ଅନୁଯାୟୀ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୧୬ ତାରିଖରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ଭୋଟ୍ ପରିଚଳାନା ପାଇଁ ବୁଥ୍ ଅଭିମୁଖେ ପୁଲିଂ ପାର୍ଟି । ଭୋଟ ଗ୍ରହଣ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ ବ୍ଲକର ୨୦୨ ଜିଲ୍ଲା ପରିଷଦ ଜୋନ, ୧୬୬୯ ପଞ୍ଚାୟତ, ୨୨୩୭୯ ଓ୍ବାର୍ଡରେ ନିର୍ବାଚନ ହେବ। ଆଜି ୧୧ଟି ଜିଲ୍ଲାକୁ ପୁଲିଂ ପାଟି ଯାଇସାରିଥିବା ବେଳେ ଆସନ୍ତାକାଲି ବାକି ୧୯ ଟି ଜିଲ୍ଲାକୁ ପୁଲିଂ ପାର୍ଟି ଯିବେ । ଦୁର୍ଗମ ଅଞ୍ଚଳରେ ଭୋଟ ଗ୍ରହଣ ପାଇଁ ଦୁଇ ଦିନ ଆଗରୁ ପୁଲିଂ ପାଟି ବୁଥରେ ପହଞ୍ଚିସାରିଛନ୍ତି । ସେମାନଙ୍କ ସହିତ ସୁରକ୍ଷା ବାହିନୀଙ୍କୁ ମଧ୍ୟ ପଠାଯାଇଛି। ଅତି ସମ୍ବେଦନଶୀଳ ବୁଥ ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅବାଧ, ମୁକ୍ତ, ନିରପେକ୍ଷ ଏବଂ ସୁରକ୍ଷାର ସହ ମତଦାନ ସବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

Show More

Related Articles

Back to top button