Breaking PLUSଦେଶ ବିଦେଶମୁଖ୍ୟ ଖବର

ଓଟ ପରେ ଏବେ ମହୁମାଛିଙ୍କୁ ମାରୁଛି ଅଷ୍ଟ୍ରେଲିଆ

ହେଲେ କାହିଁକି ?

କିଛି ବର୍ଷ ପୂର୍ବେ ଓଟଙ୍କୁ ହତ୍ୟା କରି ଚର୍ଚ୍ଚାରେ ଥିବା ଅଷ୍ଟ୍ରେଲିଆ ଏବେ ମହୁମାଛିଙ୍କୁ ମାରି ଚାଲିଛି । ନିୟୁତ ନିୟୁତ ମହୁମାଛିଙ୍କୁ ମାରିବା ପାଇଁ ଅଷ୍ଟ୍ରେଲିଆ ସରକାର ଏବେ ବାଧ୍ୟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆରେ ୬୦ ଲକ୍ଷରୁ ଅଧିକ ମହୁମାଛିଙ୍କୁ ମାରାଯାଇଥିବା ଜଣାପଡିଛି । ମହୁରୁ ସୃଷ୍ଟି ହେଉଥିବା ଏକ ପରଜୀବୀ ଏଠାରେ ବ୍ୟାପିବାରେ ଲାଗିଛି । ଭାରୋଆ ମାଇଟ୍ ନାମକ ଏକ ସଂକ୍ରମଣକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ସରକାର ଏହି ପଦକ୍ଷେପ ନେଇଛନ୍ତି । ସୂଚନା ଅନୁସାରେ, ଅଷ୍ଟ୍ରେଲିଆରେ ମହୁ ଉଦ୍ୟୋଗକୁ ବଞ୍ଚାଇବା ପାଇଁ ଲକ୍ଷ ଲକ୍ଷ ମହୁମାଛିଙ୍କୁ ମାରାଯାଉଛି । ମିଡିଆ ରିପୋର୍ଟ ଅନୁସାରେ ଭାରୋଆ ନାମକ ଏକ ପରଜୀବୀ ସେଠାରେ ବ୍ୟାପିବାରେ ଲାଗିଛି । ମହୁମାଛିଙ୍କ ପାଇଁ ସବୁଠୁ ବଡ଼ ବିପଦ ଥିବା ଏହି ପାରାସାଇଟ୍ ତାଙ୍କ ରକ୍ତ ଶୋଷିଥାଏ, ତାଙ୍କୁ ପଙ୍ଗୁ କରି ଦେଇଥାଏ ଫଳରେ ସେମାନେ ଉଡିପାରନ୍ତି ନାହିଁ ।

ଏହି ପରଜୀବୀ ଦେଶର ଦକ୍ଷିଣ ଏବଂ ପୂର୍ବ ଅଞ୍ଚଳରେ ବ୍ୟାପିଛି । ଏହି ପରଜୀବୀ କୀଟ ମହୁଫେଣା ଗୁଡିକୁ ଟାର୍ଗେଟ କରିଥାଏ ଏବଂ ମହୁମାଛିଙ୍କୁ କ୍ଷତି ପହଞ୍ଚାଇଥାଏ । ଏହି ଛୋଟିଆ କୀଟ ମହୁମାଛି ପାଳନକୁ ନଷ୍ଟ କରିବା ପାଇଁ ଯଥେଷ୍ଟ ହୋଇଥାଏ । ତେବେ ଏହା ଗୋଟିଏ ମହୁମାଛିଠାରୁ ଅନ୍ୟ ମହୁମାଛି ନିକଟରେ ପହଞ୍ଚିଥାଏ । ଏହାଛଡା ମହୁମାଛିଙ୍କ ପାଳନରେ ବ୍ୟବହୃତ ଉପକରଣ ଜରିଆରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବ୍ୟାପିଥାଏ । ଏହି ପରଜୀବୀ କୀଟ ଦୁନିଆର ବିଭିନ୍ନ ଦେଶରେ ମହୁମାଛିଙ୍କୁ କ୍ଷତି ପହଞ୍ଚାଇ ସାରିଛି । ଭାରୋଆ ମାଇଟ୍ ବର୍ତ୍ତମାନ ସୁଦ୍ଧା ଏସିଆ, ୟୁରୋପ, ଆମେରିକା ଏବଂ ନ୍ୟୁଜିଲାଣ୍ଡରେ ଚିହ୍ନଟ ହୋଇସାରିଛି । ୟୁରୋପରେ ଏହି ପରଜୀବୀ ଅତ୍ୟଧିକ କ୍ଷତି ପହଞ୍ଚାଇଥିଲା। କୁହାଯାଉଛି ଏହି ଭାଇରାସ ସେତେବେଳେ ଶେଷ ହେବ ଯେତେବେଳେ ମହୁମାଛି ସମ୍ପୂର୍ଣ୍ଣ ରହିବେ ନାହିଁ।

Show More

Related Articles

Back to top button