ଦେଶ ବିଦେଶରାଜନୀତି

କରୋନାକୁ ମାତ୍ ଦେଇ ଏମ୍ସ ଟ୍ରମା କେୟାରରୁ ଡିସଚାର୍ଜ ହେଲେ ମନମୋହନ ସିଂହ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନା ଭାଇରସକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ଏପ୍ରିଲ ୨୯ ତାରିଖ, ଗୁରୁବାର ଦିନ ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଡିସଚାର୍ଜ କରାଯାଇଛି। ମନମୋହନ ସିଂହ ୧୯ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଏମ୍ସ ଟ୍ରମା କେୟାରରେ ଭର୍ତ୍ତି କରାଯାଇଥିଲା

ମନମୋହନ ସିଂହଙ୍କୁ କୋଭାକ୍ସିନର ଦୁଇଟି ଡୋଜ ଦିଆଯାଇଛି। ମନମୋହନଙ୍କ ବୟସ ୮୮ ବର୍ଷ। ସେ ମଧୁମେହରେ ପୀଡିତ।ମନମୋହନ ସିଂହଙ୍କ ଦୁଇଟି ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି। ୧୯୯୦ ରେ ତାଙ୍କର ପ୍ରଥମ ସର୍ଜରୀ ହୋଇଥିଲା | ପ୍ରଥମ ସର୍ଜରୀ ୟୁକେରେ ହୋଇଥିଲା। ୨୦୦୪ ରେ ଏସ୍କର୍ଟ ହସ୍ପିଟାଲରେ ଏନଜିଓପ୍ଲାଷ୍ଟି ହୋଇଥିଲା।

୨୦୦୯ ରେ ଏମ୍ସରେ ତାଙ୍କର ଦ୍ୱିତୀୟ ପାଇପାସ ସର୍ଜରୀ ହୋଇଥିଲା। ଜ୍ୱର ପାଇଁ ଗତବର୍ଷ ମେ’ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ ଏପ୍ରିଲ-ମେ’ ମାସରେ କରୋନା ଚରମ ସୀମାରେ ଥିଲା।କୋଭିଡ ସ୍ଥିତିର ମୁକାବିଲା ପାଇଁ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ୫ଟି ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ମହାମାରୀ ମୁକାବିଲା ପାଇଁ ଟିକାକରଣ ଓ ଔଷଧ ଷ୍ଟକ ବଢାଇବାକୁ ପଡିବ ବୋଲି ସେ କହିଥିଲେ।

Show More

Related Articles

Back to top button