ଦେଶ ବିଦେଶବାଣିଜ୍ୟ

ଇଣ୍ଡୋନେସିଆ କଟକଣା ଲଗାଇବା ପରେ ପାମ୍‌ ଅଏଲ୍‌ ଦାମ୍‌ ବଢ଼ିବା ନେଇ ଆଶଙ୍କା

ସକ୍ରିୟ ହେଲେଣି କଳାବଜାରୀ

ପାମ ଅଏଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇବା ପରେ ଖାଇବା ତେଲ ବଜାରରେ ସଙ୍କଟ ଉପୁଜିବା ଆଶଙ୍କା ଦେଖା ଦେଲାଣି । ଖାଇବା ତେଲର ଅଭାବ ଦେଖି କଳାବଜାରୀ ସକ୍ରିୟ ହୋଇଗଲେଣି । ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପଦକ୍ଷେପ ନେଇଛି । ତେବେ ବିଦେଶରୁ ଖାଇବା ତେଲ ଆମଦାନୀ ଉପରୁ କେନ୍ଦ୍ର ସରକାର ଜିଏସ୍‌ଟି ଛାଡ କରିବା ପାଇଁ ଦାବି ଉଠିଛି । ଆଜିଠୁ ପାମ ଅଏଲ ଉପରେ ଇଣ୍ଡୋନେସିଆର କଟକଣା । ଭାରତୀୟ ଖାଦ୍ୟ ବଜାରରେ ବଢିଲା ସଂକଟ । ବିଶ୍ବର ପ୍ରମୁଖ ପାମ ଅଏଲ୍ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ, ନିଜ ଦେଶରେ ଖାଇବା ତେଲର ଚାହିଦା ବଢାଇବା ଲକ୍ଷ୍ୟରେ କଟକଣା ଲଗାଇଛି । ଏହା ଭାରତର ଚିନ୍ତା ବଢାଇଛି । ଦେଶରେ ପାମ୍‌ ଅଏଲ୍ ଦାମ ବଢିବା ଆଶଙ୍କା ବଢିଯାଇଛି । ଭାରତ ତାର ଚାହିଦାର ୫୦ପ୍ରତିଶତ ପାମ ଅଏଲ୍ ଇଣ୍ଡୋନେସିଆରୁ ଆମଦାନୀ କରେ। ତେଣୁ ଅଚାନକ ଏହା ବନ୍ଦ ହୋଇଯିବା ପରେ ସ୍ଥିତି ଗମ୍ଭୀର ହୋଇପାରେ । ଓଡିଶାରେ ମଧ୍ୟ ତେଲର ଅଭାବ ସାଙ୍ଗକୁ ଦର ବଢିବା ଆଶଙ୍କା ରହିଛି । ଏହାକୁ ଆଖିରେ ରଖି ରାଜ୍ୟ ଯୋଗାଣ ବିଭାଗ ଗତକାଲି ଠାରୁ ଏକ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ଗୋଦାମରେ କେବଳ ୫୦ ଟନ ପର୍ଯ୍ୟନ୍ତ ପାମ୍ ଅଏଲ୍ ସଂରକ୍ଷିତ ରହିପାରିବ । ଗୋଟିଏ ଟ୍ରକରେ କେବଳ ୩୦ ଟନ ତେଲ ଆସିପାରିବ ବୋଲି ଗାଇଡଲାଇନ ଜାରି କରାଯାଇଛି । ତେବେ ଏସବୁ ନିୟମ ଲାଗୁ କଲେ ତେଲ ଦର ବଢିବାର ଯଥେଷ୍ଟ ସମ୍ଭାବନା ରହିଥିବା ବ୍ୟବସାୟୀ ସଂଘ କହିଛି ।

ପାମୋଲିନ୍ ତେଲ ଅଭାବ ଦେଖି କିଛି ଅସାଧୁ ବ୍ୟବସାୟୀ କଳାବଜାରି ଆରମ୍ଭ କରି ଦେଲେଣି । ଏଥି ପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ । ବିଦେଶରୁ ଆମଦାନୀ ହେଉଥିବା ଖାଇବା ତେଲ ଭଳି ଅତ୍ୟାଆବଶ୍ୟକ ସାମଗ୍ରୀ ଉପରୁ କେନ୍ଦ୍ର ସରକାର ସେସ୍ ତଥା ଜିଏସ୍‌ଟି ଛାଡ କରିବା ନେଇ ମଧ୍ୟ ଦାବି କରିଛନ୍ତି ନିଜେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ । ସରକାର ଏବେ ଠାରୁ ତେଲ ବଜାରକୁ ନିୟନ୍ତ୍ରଣ ନକଲେ ଆଗକୁ ସ୍ଥିତି ଆହୁରି ବିଗିଡିପାରେ । ଖାଇବା ତେଲ ଦର ମଧ୍ୟ ହୁ ହୁ ହୋଇ ବଢିପାରେ । ପାମ୍ ଅଏଲ ଅଭାବ ଫଳରେ ବିସ୍କୁଟ ଏବଂ ପ୍ରସାଧନ ସାମଗ୍ରୀର ଦର ଉପରେ ପ୍ରଭାବ ପଡିବା ଡର ମଧ୍ୟ ରହିଛି ।

Show More

Related Articles

Back to top button