
ବଦଳିବ ପାଗ । ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହା ପରେ ଲଗାତର ତିନି ଦିନ ଯାଏ ସର୍ବନିମ୍ନ ତାପମାତ୍ରା ବଢ଼ିବ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ । ଫଳରେ ଶୀତ କମିବ । ଆଞ୍ଚଳିକ ପାଣିପାଗ ବିଭାଗ ମଙ୍ଗଳବାର ଏଭଳି ପୂର୍ବାନୁମାନ କରିଛି ।
ବୁଧବାର ରାଜ୍ୟରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର ଦାରିଙ୍ଗିବାଡ଼ି ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୯.୮, ବାରିପଦାରେ ୧୦.୫, ଚାନ୍ଦବାଲିରେ ୧୦.୮, ନୟାଗଡ଼ରେ ୧୧, ବାଲେଶ୍ୱରରେ ୧୧.୫, ହାରୀକୁଦରେ ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ଥିଲା ।