ଦେଶ ବିଦେଶବାଣିଜ୍ୟ

୧୮ମାସ ପରେ ଜମ୍ମୁ-କାଶ୍ମୀରରେ ଉପଲବ୍ଧ ହେଲା 4-G ଇଣ୍ଟରନେଟ୍

ଜମ୍ମୁ-କାଶ୍ମୀରରେ ଫୋର-ଜି ଇଣ୍ଟନେଟ୍‌ ସେବା ଉପଲବ୍ଧ କରାଯାଇଛି। ଜମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ଶୁକ୍ରବାର ଏହି ସୂଚନା ଦେଇଛନ୍ତି

ଫଳରେ ପ୍ରାୟ ୧୮ ମାସ ପରେ ରାଜ୍ୟରେ ଲୋକେ ପୁଣି ଥରେ ଏହି ସେବା ପାଇଛନ୍ତି। ଅଗଷ୍ଟ ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ପ୍ରତ୍ୟାହାରର କିଛି ସମୟ ପୂର୍ବରୁ ରାଜ୍ୟରେ ଏହି ଇଣ୍ଟରନେଟ୍‌ ସେବା ପ୍ରତ୍ୟାହାର ହୋଇଥିଲା। ତା ପରଠାରୁ ରାଜ୍ୟକୁ ଏହି ସେବା ଉପଲବ୍ଧ ନଥିଲା।ଅନେକ ଦାବି ପରେ କେନ୍ଦ୍ର ସରକାର ୨୫ ଜାନୁୟାରୀ ୨୦୨୦ରେ ରାଜ୍ୟକୁ ଇଣ୍ଟରନେଟ୍‌ ସେବା ଦେଇଥିଲେ। ତେବେ ଟୁ-ଜି ସେବା ହୋଇଥିବା ଯୋଗୁ ଲୋକଙ୍କ କାମରେ ଆସୁନଥିଲା। ୧୬ ଅଗଷ୍ଟ ୨୦୨୦ରେ ପ୍ରଥମେ ଗଣ୍ଡରବଲ ଓ ପରେ ଉଦ୍ଦାମ ପୁରରେ ହାଇସ୍ପିଡ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇଥିଲା।

ରାଜ୍ୟରେ ଫୋର-ଜି ଇଣ୍ଟରନେଟ୍ ସେବା ଉପଲବ୍ଧ ହେବା ପରେ ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟ୍‌ କରି ଫୋର-ଜି ମୁବାରକ ଉଲ୍ଲେଖ କରିଛନ୍ତି। ୨୦୧୯ ପରେ ରାଜ୍ୟରେ ପ୍ରଥମ ଥର ଫୋର-ଜି ଡାଟା ପ୍ୟାକ୍‌ ଉପଲବ୍ଧ ହୋଇଛି। ଡେରିରେ ହେଉ ପଛେ ଭଲରେ ଆସିଥିବାରୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି।ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ସମାପ୍ତ ହେବା ପରେ ଲୋକେ ଇଣ୍ଟରନେଟ୍‌ରେ ଦୁଷ୍ପ୍ରଚାର କରିବେ ବୋଲି ସୁରକ୍ଷା ସଂସ୍ଥାମାନେ ଆଶଙ୍କା କରିଥିଲେ। ଏଥିଲାଗି ସେମାନଙ୍କୁ ଇଣ୍ଟରନେଟ୍ ସହାୟକ ହେବ ବୋଲି ଆଶଙ୍କା ଥିବାରୁ ସରକାର ରାଜ୍ୟରେ ଫୋର-ଜି ସେବା ଠପ କରିଦେଇଥିଲେ। ତେବେ ରାଜ୍ୟ ସ୍ୱଭାବିକ ହୋଇଥିବା ବେଳେ ସରକାର ସେବା ପୁଣି ପ୍ରଦାନ କରିଛନ୍ତି।

Show More

Related Articles

Back to top button