Breaking PLUSଦେଶ ବିଦେଶପାଣିପାଗମୁଖ୍ୟ ଖବର

୧୨ ବର୍ଷରେ ରେକର୍ଡ କଲା ରାଜଧାନୀ ତାପମାତ୍ରା।

ରାଜଧାନୀ ଦିଲ୍ଲୀରେ ଆଜି ତାପମାତ୍ରା ୪୩.୫ ଡିଗ୍ରୀ ପାର୍ କରିଛି। ଦୀର୍ଘ ୧୨ ବର୍ଷ ପରେ ଦିଲ୍ଲୀରେ ଏତେମାତ୍ରାରେ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଦିଲ୍ଲୀ ପଡ଼ୋଶୀ ଗୁରଗାଓଁରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରି ଏପ୍ରିଲ୍‌ରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି।

ଆଜକୁ ୧୨ ବର୍ଷ ତଳେ ୨୦୧୦ ମସିହାରେ ଏପ୍ରିଲ ୧୮ ତାରିଖରେ ଦିଲ୍ଲୀରେ ତାପମାତ୍ର ୪୫.୭ ହୋଇଥିଲା। ତା ପୂର୍ବରୁ ୧୯୪୧ ମସିହାରେ ଦିଲ୍ଲୀରେ ସର୍ବାଧିକ ରେକର୍ଡ ତାପମାତ୍ରା ୪୫.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଆଜି ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା। କେବଳ ଦିଲ୍ଲୀ କାହିଁକି ହରିଆଣା, ଉତ୍ତର ପ୍ରଦେଶ ଓ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ବିଭାଗ ସୂଚନା ଦେଇଥିଲା।

ସେପଟେ ଉତ୍ତର ଭାରତ ପାଇଁ ଆଶ୍ୱସ୍ତିର ଖବର ଶୁଣାଇଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍। ସ୍କାଏମେଟ୍‌ର ଉପାଧ୍ୟକ୍ଷ ମହେଶ ପାଲାୱାଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଉତ୍ତର ଭାରତରେ ମେ ୪-୭ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ। ଏହି ସମୟରେ ଉତ୍ତର ଭାରତରେ କାଳବୈଶାଖି ବର୍ଷା ହେବା ସହ ଧୂଳିଝଡ଼ ହୋଇପାରେ ବୋଲି ପାଲିୱାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ଓ ପଶ୍ଚିମ ଉତ୍ତରପ୍ରଦେଶରେ ବର୍ଷାର ସାମ୍ଭାବନା ରହିଛି। ଅଧିଂକାଶ ଅପରାହ୍ନ ଓ ସନ୍ଧ୍ୟା ସମୟରେ କାଳବୈଶାଖି ହେବ ବୋଲି ସେ ସୂଚନା ଦେଇଛନ୍ତି।

Show More

Related Articles

Back to top button