Breaking PLUSଦେଶମୁଖ୍ୟ ଖବର
ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ୍ ଆର୍ ହରି କୁମାର

ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଡମିରାଲ୍ ଆର୍ ହରି କୁମାର । ତେବେ ଏହା ପୂର୍ବରୁ ସେ ତାଙ୍କ ମା’ଙ୍କ ଆଶୀର୍ବାଦ ନେବା ସହ ଖୁସିରେ ମାଆଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ । ସେ ୩୦ ନଭେମ୍ବରରେ ଅବସର ନେଇ ଆଡମିରାଲ କରମବୀର ସିଂଙ୍କ ସ୍ଥାନ ନେଇଛନ୍ତି ।
ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ହରି କୁମାର ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ମୁଖ୍ୟାଳୟର ଇଣ୍ଟିଗ୍ରେଟେଡ୍ ଷ୍ଟାଫ୍ କମିଟିର ମୁଖ୍ୟ ଥିଲେ । ସେ ୩୯ବର୍ଷ ଭିତରେ ଭାଇସ୍ ଆଡମିରାଲ୍ ବିଭିନ୍ନ କମାଣ୍ଡ୍, ଷ୍ଟାଫ୍ ଏବଂ ନିର୍ଦେଶକ ପଦବୀରେ ରହିଆସିଛନ୍ତି । ଭାଇସ ଆଡମିରାଲ କୁମାର ୱେଷ୍ଟର୍ଣ୍ଣ ଫ୍ଲାଇଟ୍ ର ଅପରେସନ୍ ଅଫିସର ଭାବରେ କାର୍ଯ୍ୟ କରିଥିଲେ ।