
ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର RWSS ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଏକାକାଳୀନ ୬ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ଆଦି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏଥିରେ ତାଙ୍କ ବାସଭବନ , ଅଫିସ ଏବଂ ସଂପର୍କୀୟଙ୍କ ଘର ସାମିଲ ରହିଛି । ତେବେ ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶରେ ଚାଲିଛି ଚଢାଉ । ପାଞ୍ଚ ଜଣ ଡିଏସ୍ପି, ୧୨ ଇନ୍ସପେକ୍ଟର, ୧୧ ଏଏସଆଇ ଏହି ଚଢାଉରେ ସାମିଲ ରହିଛନ୍ତି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ ।