Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଇସ୍ରାଏଲରେ ଫସିରହିଛନ୍ତି ଅଭିନେତ୍ରୀ ନୁସରତ ଭରୁଚା

ନୂଆଦିଲ୍ଲୀ- ଇସ୍ରାଏଲର ହମାସରେ ଭୟାବହ ଆକ୍ରମଣ ଭିତରେ ଫସିରହିଛନ୍ତି ଅନେକ ଭାରତୀୟ ନାଗରିକ । ଏମାନଙ୍କ ମଧ୍ୟରେ ଭାରତୀୟ ଅଭିନେତ୍ରୀ ନୁସରତ ଭରୁଚା ମଧ୍ୟ ଫସିରହିଥିବା ସୂଚନା ମିଳିଛି । .ନୁସରତଙ୍କର ତାଙ୍କ ଟିମ୍ ସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଛି । ଏନେଇ ନୁସରତଙ୍କ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।
ବୟାନରେ କୁହାଯାଇଛି ଯେ, ଦୁର୍ଭାଗ୍ୟବଶତଃ ନୁସରତ ଇସ୍ରାଏଲରେ ଫସି ରହିଛନ୍ତି । ହାଇଫା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ସେ ଇସ୍ରାଏଲ ଯାଇଥିଲେ । ଟିମ ସଦସ୍ୟଙ୍କ ଅନୁସାରେ ଶନିବାର ଦ୍ୱିପ୍ରହର ପ୍ରାୟ ସାଢେ 12ଟାରେ ତାଙ୍କ ସହ ଶେଷଥର ସମ୍ପର୍କ କରାଯାଇଥିଲା । ସେ ଏକ ଅଣ୍ଡରଗ୍ରାଉଣ୍ଡରେ ସୁରକ୍ଷିତ ଥିଲେ । ଏହାପରେ ତାଙ୍କ ସହ ଆମର କୌଣସି ଯୋଗାଯୋଗ ହୋଇପାରୁନଥିବା କହିଛନ୍ତି ତାଙ୍କ ଟିମ୍ । ଯଦି ନୁସରତଙ୍କର କୌଣସି ପତ୍ତା ନମିଳେ ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡାଯିବ ।
ନୁସରତଙ୍କ ସମେତ ମେଘାଳୟର କିଛି ଲୋକ ମଧ୍ୟ ସେଠାରେ ଫସିଥିବା ସୂଚନା ମିଳିଛି । ରାଜ୍ୟର 27ଜଣ ନାଗରିକ ଇସ୍ରାଏଲରେ ଫସିରହିଥିବା ମେଘାଳୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବିଦେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇଛି ।

Show More

Related Articles

Back to top button