ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି

ଆରୋଗ୍ୟ କାମନା କଲେ ଫ୍ୟାନ୍

ବଲିଉଡର ବର୍ଷିୟାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି । ସେ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ମିଥୁନଙ୍କ ଏକ ଫୋଟ ସାମ୍ନାକୁ ଆସିଛି , ଯେଉଁଥିରେ ସେ ହସ୍ପିଟାଲ୍ ବେଡରେ ଶୋଇଛନ୍ତି । ଏହି ଫୋଟକୁ ଦେଖି ଫ୍ୟାନମାନେ ଚିନ୍ତିତ ହେବା ସହ ଅନେକ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କରିଛନ୍ତି ।

ସବୁ ସନ୍ଦେହକୁ ଲୋକଲୋଚନକୁ ଆଣି ମିଥୁନଙ୍କ ପୁଅ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି –  ତାଙ୍କ କିଡନୀରେ ଷ୍ଟୋନ ହୋଇଥିବାରୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ନେଇ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇବା ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇସାରିଛନ୍ତି ।

Show More

Related Articles

Back to top button