ଦେଶମନୋରଞ୍ଜନସେଲିବ୍ରିଟିସ୍ୱାସ୍ଥ୍ୟ

ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା କମଲ୍‌ ହାସନ୍‌

ଅଭିନେତା କମଲ୍‌ ହାସନ୍‌ ଅସୁସ୍ଥ । ବୁଧବାର ସନ୍ଧ୍ୟାରେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ଚେନ୍ନାଇସ୍ଥିତ ଶ୍ରୀରାମଚନ୍ଦ୍ର ମେଡିକାଲ୍ ସେଣ୍ଟର୍‌ରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଜ୍ବରରେ ପୀଡ଼ିତ ଥିବାରୁ ତାଙ୍କୁ ଔଷଧ ଦିଆଯାଇଛି।ଦୁଇ ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ତାଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚର୍ଜ’ କରାଯିବ।

ସୂଚନାଯୋଗ୍ୟ, ନଭେମ୍ବର ୨୩ରେ ହାଇଦ୍ରାବାଦରୁ ଫେରିବା ପରେ ୬୮ ବର୍ଷିୟ କମଲ୍‌ ହାସନ୍‌ ଅଶ୍ବସ୍ତି ଅନୁଭବ କରୁଥିଲେ ଏବଂ ତାଙ୍କୁ ସାମାନ୍ୟ ଜ୍ବର ବି ହୋଇଥିଲା। ତେଣୁ, ଚିକିତ୍ସା ନିମନ୍ତେ ତାଙ୍କୁ ଉପରୋକ୍ତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୋଟାଏ ଡାକ୍ତରୀ ଦଳ ତାଙ୍କର ତତ୍ତ୍ବାବଧାନ କରୁଛନ୍ତି।

Show More

Related Articles

Back to top button