ଶୁଟିଂ ବେଳେ ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫଙ୍କ ଭାଙ୍ଗିଲା ଗୋଡ

ମୁମ୍ବାଇ: ବଲିଉଡ ଅଭିନେତା ତଥା ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫ ଆହତ। ଏକ ଆକ୍ସନ ସିନ୍ର ଶୁଟିଂ କରିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଫ୍ଲାଇଂ କିକ୍ ମାରିବା ବେଳେ ତାଙ୍କ ଗୋଡ ଭାଙ୍ଗି ଯାଇଛି। ଏନେଇ ଖୋଦ୍ ଟାଇଗର ସୂଚନା ଦେଇଛନ୍ତି। ସୋଶିଆଲ ମିଡିଆରେ ଟାଇଗର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ୱାସ୍ ବେସିନ ଭାଙ୍ଗୁଥିବା ନଜର ଆସିଛନ୍ତି। ଏହି ଷ୍ଟଣ୍ଟ ସିନ୍ର ଶୁଟିଂ କରିବା ବେଳେ ତାଙ୍କ ଗୋଡ ଫ୍ୟାକଚର ହୋଇଥିବା କୁହାଯାଉଛି। ଟାଇଗର ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ଏକ ସିମେଣ୍ଟର ୱାସ ବେସିନ୍କୁ ଭାଙ୍ଗିବା ବେଳେ ମୋ ଗୋଡ ଭାଙ୍ଗି ଗଲା। ମୁଁ ଭାବିଲି ମୁଁ ଏହି ଷ୍ଟଣ୍ଟ କରିନେବି। ମୁ ନିଜକୁ ବେଶ୍ ମଜଭୁତ ଭାବୁଥିଲି। କିନ୍ତୁ ବେସିନ ଭାଙ୍ଗିବା ସହ ମୋ ଗୋଡ ବି ଭାଙ୍ଗିଯାଇଛି। ଭିଡିଓରେ ଟାଇଗର ଜଣେ ବ୍ୟକ୍ତିଙ୍କ ସହ ଜବରଦସ୍ତ ଫାଇଟ୍ କରୁଥିବା ଦେଖିବାକୁ ମିଳିଛି। ଏହି ଆକ୍ସନ ସିନ୍ର ଶୁଟିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସେପଟେ ଏହି ଖବର ପାଇ ଟାଇଗରଙ୍କ ଫ୍ୟାନ୍ମାନେ ଚିନ୍ତିତ ହୋଇପଡିଛନ୍ତି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି।