ଓଡ଼ିଶା

ଦୁର୍ଘଟଣା: ଗଛରେ ପିଟିହେଲା ବାଇକ

ଘଟଣାସ୍ଥଳରେ ୨ ମୃତ, ଜଣେ ଗୁରୁତର

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ ଗୋଟିଏ ବାଇକରେ ୩ ଜଣ କେସିଙ୍ଗା ପଟୁ ଭବାନୀପାଟଣା କୁ ଯାଉଥିଲେ । ହେଲେ ଉତ୍କେଲା କଲେଜ ସମ୍ମୁଖରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଗଛରେ ପାଟି ହୋଇଯାଇଥିଲେ ।

ଯାହାଫଳରେ ଦୁଇ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସରର ତଥ୍ୟ ଅନୁସାରେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ଜଣ ହେଲେ ନିଶାନ ଦାସ ଓ ଚତୁର୍ଭୁଜ ସରାଫ । ତେବେ ଗୁରୁତର ଥିବା ଯୁବକ ଜଣକ ଅଶୋକ ନାଏକ ବୋଲି ତାଙ୍କ ବ୍ୟାଗ ରୁ ମିଳିଥିବା କାଗଜପତ୍ର ରୁ ଜଣାପଡିଛି।

Show More

Related Articles

Back to top button