Breaking PLUSଓଡ଼ିଶାମୁଖ୍ୟ ଖବର

ଧରାପଡ଼ିଲେ ହସ୍ପିଟାଲରୁ ଫେରାର ମହିଳା

ବଣାଇ: ଧରାପଡ଼ିଲେ ହସ୍ପିଟାଲରୁ ଫେରାର ହୋଇଥିବା ମହିଳା |ଶିଶୁକନ୍ୟା ମୃତଦେହ ଉଦ୍ଧାର ଘଟଣାରେ ଫେରାର ହୋଇଥିବା ମହିଳା ଜଣକ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି |ସୂଚନା ମୁତାବକ ହସ୍ପିଟାଲରୁ ଫେରାର ହେବାର ୪ ଦିନ ପରେ କପଣ୍ଡ ଅଞ୍ଚଳରୁ ଗିରଫ ହୋଇଛନ୍ତି ମହିଳା |ଘଟଣାଟି ଗୁରୁଣ୍ଡିଆ ଜଡା ଗାଁରେ ଘଟିଛି, ସେହି ଗାଁର ୪ ବର୍ଷର ଶିଶୁକନ୍ୟାର ମୃତଦେହ କୂଅରୁ ମିଳିଥିବାରୁ ହତ୍ୟା ସନ୍ଦେହରେ ପଡୋଶୀ ଦମ୍ପତିଙ୍କୁ ଲହୁଲୁହାଣ କରିଥିଲେ ଗ୍ରାମବାସୀ ମାନେ |ଉଭୟ ଦମ୍ପତିଙ୍କୁ ଗୁରୁତ୍ତର ଅବସ୍ଥାରେ ବଣାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଥିଲାବେଳେ ସ୍ତ୍ରୀ ଜଣକ ହସ୍ପିଟାଲରୁ ଚମ୍ପଟ ମାରିଥିବା ବେଳେ ସ୍ୱାମୀ ଏବେବି ଚିକିତ୍ସାଧୀନ ଅଛନ୍ତି |

Show More

Related Articles

Back to top button