ଓଡ଼ିଶାଦେଶ ବିଦେଶ

କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶରେ ଦିନକୁ ଦିନ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରି ଚାଲିଛି । ଦୈନିକ ସଂକ୍ରମଣ ୪ ଲକ୍ଷ ଉପରେ ରହୁଛି

ଏହାକୁ ନେଇ ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭଳି ପ୍ରତିବନ୍ଧକ ଲଗାଉଛନ୍ତି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି ।ଓଡ଼ିଶାରେ ଥିବା କରୋନା ସ୍ଥିତିକୁ ନେଇ ମୋଦି ନବୀନ୍‌ଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ।

ଏଥି ସହିତ ସେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ସେହିଭଳି ପୁଡୁଚେରୀ ଓ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳଙ୍କ ସହିତ ମଧ୍ୟ ସେ କଥା ହୋଇଛନ୍ତି । ଏହି ସମୟରେ ସେ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କୋଭିଡ୍‌ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।

Show More

Related Articles

Back to top button