Breaking PLUSଦେଶମୁଖ୍ୟ ଖବର

ଆତିଶୀ ହେବେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକ ରବିବାର ଦଳ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିରୋଧୀ ଦଳ ନେତାଙ୍କ ନାଁରେ ମୋହର ବାଜିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେବେ ବୋଲି ଦଳ ଘୋଷଣା କରିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।

ରବିବାର ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଧାୟକ ଆତିଶୀଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିଥିଲେ। ଏହାପରେ ସ୍ପଷ୍ଟ ହୋଇଛି ଯେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ବିଧାନସଭାରେ ବିରୋଧୀ ଦଳ ନେତା ଦାୟିତ୍ଵ ବହନ କରିବେ।

Show More

Related Articles

Back to top button