ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ମିଳିଲା ଜାମିନ। ୱାକଫ ବୋର୍ଡ଼ ସ୍କାମ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ୱାକଫ ବୋର୍ଡ ଅଧ୍ୟକ୍ଷ ଅମାନତୁଲ୍ଲା ଖାନଙ୍କୁ ଆଜି ଦିଲ୍ଲୀ କୋର୍ଟ ଜାମିନ ଦେଇଛନ୍ତି। ଗତ ସେପ୍ଟମ୍ବର ୧୬ରେ ଆଣ୍ଟି କରପ୍ସନ୍‌ ବ୍ୟୋରୁ(ଏସିବି) ପକ୍ଷରୁ ଖାନଙ୍କୁ ଗିରଫ କରାଯାଇଥିଲା। ଚଢ଼ାଉ ବେଳେ ଏସିବି ଅନେକ ଆପତ୍ତିଜନକ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅମାନତୁଲ୍ଲାଙ୍କ ନାମରେ ୭/୧୩ ପିସି ଆକ୍ଟ ୧୯୮୮ (ସଂଶୋଧିତ ୨୦୧୮), ଧାରା ୪୦୯ ଏବଂ ୧୨୦ବି ଆଇପିସି ରୁଜୁ କରାଯାଇଛି। ଚଢ଼ାଉ ସମୟରେ ଆପତ୍ତିଜନକ ଦସ୍ତାବିଜ ସହିତ ୧୨ ଲକ୍ଷ ଟଙ୍କା ଏବଂ ଲାଇସେନ୍ସ ନଥିବା ବନ୍ଧୁକ ଜବତ କରାଯାଇଛି।ଦିଲ୍ଲୀ ୱାକଫ ବୋର୍ଡରେ ନିଯୁକ୍ତିରେ ହୋଇଥିବା ଅନିୟମିତତାକୁ ଏସିବି ଯାଞ୍ଚ କରୁଛି। ପରେ ଅମାନତୁଲ୍ଲା ଖାନଙ୍କ ଘନିଷ୍ଠ ସହଯୋଗୀ କୌସର ଆଲାମଙ୍କୁ ଗିରଫ କରାଯାଇଛି। କାରଣ ଚଢ଼ାଉ ସମୟରେ କୌସରଙ୍କ ଘରୁ ଅସ୍ତ୍ରଶସ୍ତ୍ର ଏବଂ ନଗଦ ଟଙ୍କା ଜବତ କରାଯାଇଥିଲା।

Show More

Related Articles

Back to top button