Breaking PLUSଦୁର୍ଘଟଣାମୁଖ୍ୟ ଖବର

କେନାଲରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

କେନାଲରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳସ୍ଥିତ ଶାସନ ପୁରୁଷୋତ୍ତମପୁର ନିକଟ ହାଇଲେଭଲ କେନାଲରେ। ରାମଚନ୍ଦ୍ରପୁର ଗ୍ରାମର ଚତୁରା ଦେହୁରୀ ଜଗତପୁର ଠାରୁ ଜେନାପୁର ଯାଇଥିବା ହାଇଲେବଲ କେନାଲର ଶାସନ ପୁରୁଷୋତ୍ତମପୁର ନିକଟରେ ଯୁବକ ଜଣକ ଆଜି ଗାଧେଇଥିବା ବେଳେ କେନାଲରେ ବୁଡ଼ି ଯାଇ ଥିଲେ।ଏହାର ଖବର ପାଇଁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବହୁ ସମୟ ଧରି କେନାଲରେ ଖୋଜା ଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Show More

Related Articles

Back to top button