
କୋଣାର୍କ : ସାଇକେଲରେ ଯାଉଥିବା ସମୟରେ ଟ୍ରକରେ ପିଟିହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିରେ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକ୍ ଜାଳିଦେଲେ। ଏପରି ଏକ ଉତ୍ତେଜନାମୂଳକ ପରିସ୍ଥିତି ଆଜି ପୁରୀ ଜିଲ୍ଲା ନିମାପଡ଼ା-ପିପିଲି ରାସ୍ତା ଜଇନାବାଦରେ ଦେଖିବାକୁ ମିଳିଛି। ମୃତକଜଣକ ହେଲେ ଖେରାତ ଅଞ୍ଚଳର ପ୍ରଦୀପ ପ୍ରଧାନ ।ପ୍ରଦୀପ ଆଜି ସକାଳେ ସାଇକେଲରେ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ପ୍ରବଳ ଉତ୍ତେଜନା । ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ଟ୍ରକରୁ ନିଆଁ ଲିଭାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଘଟଣାସ୍ଥଳରେ ପୁଲିସ୍ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଦେଖାଦେଇଛି।