ଓଡ଼ିଶା

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା କଟକର ସାପ୍ତାହିକ ହାଟ

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ସାପ୍ତାହିକ ହାଟ ଚାଳିଆ । ଏଭଳି ଦୂର୍ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ପଞ୍ଚାୟତ ଅଧିନସ୍ଥ ସାପ୍ତାହିକ ହାଟରେ । ଫଳରେ ହାଟର ୪୭ଟି ଚାଳିଆ ଜଳି ପୋଡ଼ି ଭସ୍ମ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଆଳି ଓ ଅଡ଼ଶପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଶନିବାର ବିଳମ୍ୱିତ ରାତିରେ ହଠାତ୍ ସାପ୍ତାହିକ ହାଟରେ ଥିବା ଚାଳିଆରେ ନିଆଁ ଲାଗିଯାଇଥିଲା । ଆଖି ପିଛୁଳାକେ ୪୭ଟି ଚାଳିଆ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଘଟଣାଲେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 

Show More

Related Articles

Back to top button